24.1 C
Bhubaneswar
Tuesday, March 19, 2024
Homeଖେଳଆଇଏସ୍‌ଏଲ୍‌-୭ : ଇଷ୍ଟ ବେଙ୍ଗଲକୁ ହରାଇଲା ଏଟିକେଏମ୍‌ବି

ଆଇଏସ୍‌ଏଲ୍‌-୭ : ଇଷ୍ଟ ବେଙ୍ଗଲକୁ ହରାଇଲା ଏଟିକେଏମ୍‌ବି

ଗୋଆ : ସ୍ଥାନୀୟ ତିଲକ ମୈଦାନଠାରେ ଶୁକ୍ରବାର ଚଳିତ ଆଇଏସଏଲ୍‌ର ଅଷ୍ଟମ ମ୍ୟାଚ୍‌ରେ ପ୍ରଥମ ଥର ପାଇଁ ଦୁଇଟି କୋଲ୍‌କାତା ଟିମ୍ ପରସ୍ପର ସହ ମୁକାବିଲା କରିଛନ୍ତି । ଏଥିରେ ଏଟିକେ ମୋହନ ବାଗାନ୍ (ଏଟିକେଏମ୍‌ବି) ରୟ କ୍ରିଷ୍ଣା ଓ ମାନବୀର ସିଂଙ୍କ ଗୋଲ୍ ବଳରେ ଏସ୍‌ସି ଇଷ୍ଟ୍ ବେଙ୍ଗଲ୍ ଟିମ୍‌କୁ ୨-୦ରେ ପରାସ୍ତ କରିଛି । ପ୍ରଥମ ମ୍ୟାଚ୍‌ରେ କେରଳ ବ୍ଲାଷ୍ଟର୍ସକୁ ହରାଇଥିବା ଟିମ୍‌ରେ ମୁଖ୍ୟ କୋଚ୍ ଆଣ୍ଟୋନିଓ ହବାସ୍ ୩ଟି ପରିବର୍ତ୍ତନ କରିଥିଲେ । ପ୍ରଥମାର୍ଦ୍ଧ ଖେଳରେ କୌଣସି ଗୋଲ୍ ହୋଇ ନ ଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ୪୯ତମ ମିନିଟ୍‌ରେ ଫିଜି ଫରୱାର୍ଡ ଖେଳାଳି ରୟ କ୍ରିଷ୍ଣା ପ୍ରଥମ ଗୋଲ୍ ଦେଇ ଏଟିକେଏମ୍‌ବିକୁ ଅଗ୍ରଣୀ କରାଇଥିଲେ । ଚଳିତ ପ୍ରତିଯୋଗିତାରେ ଏହା ତାଙ୍କର ଦ୍ୱିତୀୟ ଗୋଲ୍ । ପରେ ୮୫ତିମ ମିନିଟ୍‌ରେ ମାନବୀର ଗୋଲ୍ ଦେଇ ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ । ଶେଷ ପର୍ଯ୍ୟନ୍ତ ଏହି ଅଗ୍ରଣୀକୁ କାଏମ୍ ରଖି ଏଟିକେଏମ୍‌ବି କ୍ରମାଗତ ଦ୍ୱିତୀୟ ବିଜୟ ସହ ପଏଣ୍ଟ୍ ଟେବଲର ଶୀର୍ଷରେ ରହିଛି । ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ଆଇଏସ୍‌ଏଲ ଖେଳୁଥିବା ଇଷ୍ଟ୍ ବେଙ୍ଗଲ୍ ପରାଜୟ ସହ ଅଭିଯାନ ଆରମ୍ଭ କରିଛି । ପ୍ରତିଯୋଗିତାର ନବମ ମ୍ୟାଚ୍ ଶନିବାର ବେଙ୍ଗାଲୁରୁ ଏଫସି ଓ ହାଇଦ୍ରାବାଦ ଏଫସି ମଧ୍ୟରେ ଫତୋର୍ଦା ଷ୍ଟାଡିୟମ୍‌ଠାରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking