32.1 C
Bhubaneswar
Sunday, May 19, 2024
Homeଓଡିଶାଯାଜପୁର ଜିଲ୍ଲା ବିଜେପିର ପ୍ରଶିକ୍ଷଣ ଶିବିର

ଯାଜପୁର ଜିଲ୍ଲା ବିଜେପିର ପ୍ରଶିକ୍ଷଣ ଶିବିର

ଯାଜପୁର : ଭାରତୀୟ ଜନତାପାର୍ଟି ଯାଜପୁର ଜିଲ୍ଲାର ପ୍ରଶିକ୍ଷଣ ଶିବିର କୋରେଇ ଜହ୍ନା ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଜିଲ୍ଲା ସଭାପତି ଗୌତମ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲାର ସମସ୍ତ ପଦାଧିକାରୀ ଓ ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ ମାନଙ୍କୁ ଆଜି ପ୍ରଶିକ୍ଷିତ ଦିଆଯାଇଥିଲା । ଜିଲ୍ଲାରେ ତୃଣମୂଳ ସ୍ତରରେ ଦଳୀୟ ସଂଗଠନ ସୁଦୃଢ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନହିତକର ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଆମ କାର୍ଯ୍ୟକର୍ତ୍ତାମାନେ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ । ସମସ୍ତ ମଣ୍ଡଳର ପ୍ରଶିକ୍ଷଣ ଶିବିର ହେବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ଜିଲ୍ଲା ବିଜେପି ପ୍ରଭାରୀ ସାରଦା ଶତପଥୀ ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଭାଜପାର ଇତିହାସ ଓ ବିକାଶ, ବିଚାର ପରିବାର, ଆମର ଦାୟିତ୍ବ, ଭାରତର ବୈଚାରିକ ମୁଖ୍ୟଧାରା ଓ ଆମର ବିଚାରଧାରା, ବ୍ୟକ୍ତିତ୍ଵ ବିକାଶ, ଶେଷ ୬ବର୍ଷରେ ମୋଦୀଙ୍କ ଜନହିତକର କାର୍ଯ୍ୟକ୍ରମ, ରାଷ୍ଟ୍ରୀୟ ସୁରକ୍ଷା, ସାମର୍ଥ୍ୟ ସହିତ ଆତ୍ମନିର୍ଭରତା, ସୋସିଆଲ ମିଡ଼ିଆର ପ୍ରଭାବୀ ଉପଯୋଗ, କାର୍ଯ୍ୟପଦ୍ଦତ୍ତି ଓ ସଂଗଠନ ସରଞ୍ଚନାରେ ଆମର ଭୂମିକା, ରାଜ୍ୟର ରାଜନୈତିକ ପୃଷ୍ଠଭୂମି ଓ ଭାଜପାର ଭୂମିକା ଆଦି ଅନେକ ବିଷୟରେ ଆଲୋକପାତ କରାଯାଇଥିଲା ।

ରାଜ୍ୟ ବିଜେପି ସମ୍ପାଦକ ଅମର ନାୟକ, ସୁକିନ୍ଦା ନେତା ପ୍ରଦୀପ ବଳ ସାମନ୍ତ, ବରୀର ବିଶ୍ବରଂଜନ ମଲ୍ଲିକ, ଧର୍ମଶାଳାର ତୁଷାର ପରିଡ଼ା, ପବିତ୍ର ଦାସ, ରବି ନାରାୟଣ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ୍ତ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ । କୋରେ଼ଇର ଯୁବନେତା ବିକ୍ରମ କେଶରୀ ବିଶ୍ଵାଳ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁରଜଲାଲ ସାମଲ, ସୁଧାଂଶୁ ଭଞ୍ଜ, ପ୍ରଶାନ୍ତ ରାୟ, ପ୍ରକାଶ ଧଳ, ମନ୍ଦାକିନୀ ସେଠି, ଇତିଶ୍ରୀ ଜେନା, ରବୀନ୍ଦ୍ର ବେହେରା, ଅଚ୍ୟୁତାନନ୍ଦ ଦାସ, ନିରଞ୍ଜନ ଘଡ଼େଇ, ସରୋଜ ଦେ, ବିଷ୍ଣୁ ରଥ, ବିଜୟ ଘଡ଼େଇ, ଜୟନ୍ତୀ ସାହୁ, ଶଶିଭୂଷଣ ସେନାପତି,ମୋନାଲିସା ଦାସ, ଦେବଯାନୀ ପ୍ରଧାନ, ବରୀ ଅଧକ୍ଷ ସୁଭାଷିନୀ ଶର୍ମା, ଦିପ୍ତିମୟୀ କଅଁର, ସୁବାସ ମହାନ୍ତି, ଦିପ୍ତିରେଖା ମିଶ୍ର, ରମେଶ ସାମଲ, ଶ୍ରୀନିବାସ ପରିଡ଼ା, ଶର୍ମିଲା ଦେଓ,ରମାକାନ୍ତ ରାଉତ, ନିରଞ୍ଜନ ବେହୁରିଆ, ପ୍ରଭାସ ସୁତାର, ପ୍ରମୋଦ ପଣ୍ଡା, ପ୍ରଭାତ ନାୟକ,ହୃଷୀକେଶ ପରିଡ଼ା, ଦୀପକ ସାମଲ, ଦୀପକ ଗନ୍ତାୟତ, ପୁଷ୍ପକ ମହାପାତ୍ର, ମନ୍ଦାକିନୀ ସେଠି, ମହେନ୍ଦ୍ର ପଣ୍ଡା, ରାମଚନ୍ଦ୍ର ସନ୍ଦିବିଗ୍ରହ, ସୁବାସ ନାଥ, ପ୍ରଦୀପ ରାଉତ, ରାକେଶ ଜେନା, ଅମ୍ଳାନ ସାହୁ, ଦିଲ୍ଲୀପ ରାଉତ, ସୁଶାନ୍ତ ସାହୁ, ଅମର ମଲ୍ଲିକ, ମଣ୍ଟୁ ସ୍ୱାଇଁ, ଅଭିଳାଷ ସାହୁ, ବିଶ୍ୱଜିତ୍ ରାଉତ, ସନ୍ଦୀପ ପରିଡ଼ା, ରୂପକ ରାଜ, ମଦନ ବାରିକ, ଚକ୍ରଧର ସାହୁ, ସୁରେନ୍ଦ୍ର କୁଅଁର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking