35.1 C
Bhubaneswar
Saturday, May 4, 2024
Homeଓଡିଶାଟଙ୍କା ଆଗରେ ଫିକା ପଡ଼ିଲା ବାପାର ସେହ୍ନ

ଟଙ୍କା ଆଗରେ ଫିକା ପଡ଼ିଲା ବାପାର ସେହ୍ନ

ଝାରସୁଗୁଡା: ଟଙ୍କା ଆଗରେ ତୁଚ୍ଛ ହେଲା ସମ୍ପର୍କ । ଫିକା ପଡ଼ିଗଲା ବାପାର ସେହ୍ନ ଓ ଭଲ ପାଇବା । ଶେଷରେ ଟଙ୍କା ପାଇଁ ବାପାକୁ ମାରିବାକୁ ପଛାଇଲେ ନାହିଁ ନିଜ ଜନ୍ମ କଲା ସନ୍ତାନ । ଝାରରସୁଗୁଡା ସହରରେ ଏହି ଘଟଣା ଘଟିଛି । ଟଙ୍କା ପାଇଁ ବାପାକୁ ଘରେ ପଶାଇ ନିଆଁ ଲଗାଇ ଦେଲେ ଝିଅ ଜ୍ୱାଇଁ । ସୌଭାଗ୍ୟବଶତଃ, ବୃଦ୍ଧ ଜଣକ ବଞ୍ଚି ଯାଇଛନ୍ତି । ଜୀବନ ବଞ୍ଚାଇବାକୁ ସେ ଅନ୍ୟତ୍ର ପଳାଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଝାରସୁଗୁଡା ସହର ନୂଆ କୋର୍ଟ ନିକଟରେ ଥିବା ଲେକଚର କଲୋନୀରେ କୈଳାସ ମେହର ରୁହନ୍ତି । କୈଳାସ ମାଂସ ବ୍ୟବସାୟ କରୁଥିବା ବେଳେ ଏକୁଟିଆ ରହୁଥିଲେ । ତାଙ୍କ ସ୍ତ୍ରୀ, ପୁଅ ବରଗଡ଼ରେ ରହୁଥିବା ବେଳେ ଝାରସୁଗୁଡା ସହରରେ ଅନ୍ୟତ୍ର ତାଙ୍କ ଏକ ଝିଅ ଜ୍ୱାଇଁ ରୁହନ୍ତି । ଅନ୍ୟ ଏକ ଝିଅ ବିବାହ କରି ନ ନାହାନ୍ତି । ସେ କିନ୍ତୁ ନିଜ ବାପାଙ୍କ ଠାରୁ ଅଲଗା ରୁହନ୍ତି । ହେଲେ ଝିଅମାନେ ପୂର୍ବରୁ ବହୁ ଥର ବାପାଙ୍କୁ ଟଙ୍କା ମାଗିଥିଲେ ନ ଦେଲେ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ । ହଠାତ୍ ଝିଅ ଜ୍ୱାଇଁ, ଅବିବାହିତ ଝିଅ ଓ ଅନ୍ୟ ଜଣେ ଯୁବକ ଘରେ ପହଞ୍ଚି କୈଳାସଙ୍କୁ ଟଙ୍କା ମାଗିଥିଲେ । ଟଙ୍କା ନ ଥିବା କୈଳାସ କହିବାରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ସେମାନେ କୈଳାସଙ୍କୁ ମାରପିଟ କରିବା ସହ ଘରେ ବନ୍ଦ କରି କିରୋସିନି ଢାଳି ପୋଡି ମାରିବାକୁ ଉଦ୍ୟମ କରିଥିଲେ । କୌଶଳ କ୍ରମେ କୈଳାସ ଘରୁ ବାହାରକୁ ଯାଇ ଅଗ୍ନିଶମ ବାହିନୀ ଓ ପୋଲିସକୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ । ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ ଘରର ବହୁ ଜିନିଷପତ୍ର ପୋଡ଼ି ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking