27.1 C
Bhubaneswar
Thursday, April 25, 2024
Homeରାଜନୀତିକେନ୍ଦ୍ର ମୋଦି ସରକାର ଓବିସି ବିରୋଧି: କଂଗ୍ରେସ

କେନ୍ଦ୍ର ମୋଦି ସରକାର ଓବିସି ବିରୋଧି: କଂଗ୍ରେସ

ଭୁବନେଶ୍ୱର- ପ୍ରଧାନମନ୍ତ୍ରୀ ମୋଦିଙ୍କ ତେୃତ୍ୱାଧିନ ମୋଦି ସରକାର ଓବିସି ସ୍ୱାର୍ଥର ପରିପନ୍ଥୀ ବୋଲି କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମଳଳୀରେ ଉଦ୍ବୋଧନ ଦେଇ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା କହିଛନ୍ତି ଯେ ବିଳମ୍ବିତ ନ୍ୟାୟ ହେଉଛି ବିଡ଼ମ୍ବିତ ନ୍ୟାୟ । କେନ୍ଦ୍ର ସରକାର ଦେଶ ଜନସଂଖ୍ୟାର ଅର୍ଦ୍ଧେକ ଓବିସି ବର୍ଗ ପ୍ରତି ଧାରାବାହିକ ଭାବେ ଅବହେଳା ପ୍ରଦର୍ଶନ କରିଚାଲିଛି । ତାଙ୍କ ଯୁକ୍ତିରେ ପ୍ରତିପାଦନ ପାଇଁ ସେ କରିଛନ୍ତି ଯେ ପାଲ୍ୟାମେଂଟରେ ସଦ୍ୟ ପାରିତ ୧୨୭ ତମ ସଂଶୋଧନ ବିଲ କେନ୍ଦ୍ର ସରକାରଙ୍କ ତୃଟିର ସଂଶୋଧନ ମାତ୍ର । ଏଥିରେ ଓବିସି ସ୍ୱାର୍ଥ ରକ୍ଷା କ୍ଷେତ୍ରରେ କୌଣସି ନୂଆ ପ୍ରାବଧାନ ନାହିଁ । ୧୦୨ତମ ସଂବିଧାନ ସଂଶୋଧନ କରି ରାଜ୍ୟମାନଙ୍କର କ୍ଷମତା ଅପହରଣ ଜନିତ ଯେଉଁ ପାପ କରିଥିଲେ ଏହା ତାହାର ପ୍ରାୟଶ୍ଚିତ ମାତ୍ର ।

ଅନୁରୂପ ଭାବେରେ ଜୁଲାଇ ୨୬ ରେ ଓବିସି ଓ ଇବିସି ମାନଙ୍କ ପାଇଁ ଯେଉଁ ୨୭ ଭାଗ ଓ ୧୦ ଭାଗ ମେଡିକାଲ କଲେଜ ​ ନାମଲେଖା କ୍ଷେତ୍ରରେ ଉଦ୍ଦିଷ୍ଟ ସର୍ବ ଭାରତୀୟ କୋଟାରେ ସଂରକ୍ଷଣ ଘୋଷଣା କଲେ ତାହା କୋର୍ଟ ଭୟରେ । ଏକ ସପ୍ତାହ ମଧ୍ୟରେ ଏହା ସଂରକ୍ଷଣ କରି ନାମଲେଖା ପ୍ରକ୍ରିୟା ଆରମ୍ଭ ନକେଲ କୋର୍ଟ ଅବମାନନା ଅପରାଧରେ ଦଣ୍ଡିତ କରାଯିବାର ମାଡ୍ରାସ ଭଳି ଉଚ୍ଚ ନ୍ୟାୟଳୟ ଯେଉଁ ଧମକ ଦେଲେ ସେଥିରେ ସରକାର ମୁଣ୍ଡ ନୁଆଁଇଲେ । ଓବିସି ପ୍ରତି ଦରଦୀ ମନୋଭାବ ନୁହେଁ ବରଂ ଓବିସି ସ୍ୱାର୍ଥ ବିରୋଧି ଆଭିମୁଖ୍ୟର ପରିଚାୟକ ।

ପ୍ରଧାନ ମନ୍ତ୍ରୀ ଗତ ଜୁଲାଇ ୩,୨୦୨୦ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦେଇଥିବା ଚିଠି ପ୍ରତି ଉଚିତ ଧ୍ୟାନ ଦେଇଥାନ୍ତେ ତେବେ କୋର୍ଟର ଧମକରୁ ବଂଚିତ ହୋଇଥାନ୍ତେ ଓ ଓବିସି ବର୍ଗର ଛାତ୍ରଛାତ୍ରୀ ମାନେ ମେଡିକାଲ କୋର୍ସ ପଢ଼ି ଉପକୃତ ହୋଇଥାନ୍ତେ । ଉପରୋକ୍ତ ଦୁଇଟି ଉଦାହରଣ ଓବିସି ପ୍ରତି ସରକାରୀ ଉଦାସୀନତାର ପ୍ରମାଣ ଦେଉଛିି ।

ଶ୍ରୀ ବେହେରା ଦର୍ଶାଇଥିଲେ ଯେ କେନ୍ଦ୍ର ସରକାର ଅକ୍ଟୋବର ୨, ୨୦୧୭ ରେ ଅବସରପ୍ରାପ୍ତ ବିଚାରପତି ରୋହିନି କମିଶନ ବସାଇ ମାର୍ଚ୍ଚ ୨୦୧୮ ରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କମିଶନଙ୍କ ସୁପାରିଶ ଆଧାରରେ ପଛୁଆବର୍ଗ ପାଇଁ ଅଧିକ ସାମାଜିକ ଓ ଅର୍ଥନୈତିକ ବିକାଶର ସୁଯୋଗ ହୋଇପାରନ୍ତା ବୋଲି ସୂଚନା ଦେଇଥିଲେ । ମାତ୍ର ଇତି ମଧ୍ୟରେ ଏହି କମିଶନଙ୍କ କାର୍ଯ୍ୟକାଳ ବାରମ୍ବାର ବଢ଼ିଚାଲିଛି ଓ ଜୁଲାଇ ମାସରେ ଏହାକୁ ଆସନ୍ତା ଜାନୁଆରୀ ୩୧, ୨୦୨୨ କୁ ବୃଦ୍ଧି କରାଯାଇଛି ।

ଏହା କେବଳ ବିଳମ୍ବିତ ନ୍ୟାୟର ସୂଚନା ଦେଇଛି । ସୁତରାଂ କଂଗ୍ରେସ ଏହାର ଦୃଢ଼ ନିନ୍ଦା କରୁଛି ଓ ପ୍ରଧାନମନ୍ତୟୀ ମୋଦିଙ୍କ ଠାରୁ ଜାଣିବାକୁ ଚାହୁଁଛି ।

ଚା ସୁପ୍ରିକୋର୍ଟ ଲାଗୁକରିଥିବା ସଂରକ୍ଷଣ ସର୍ବାଧିକ ସୀମା ୫୦ ପ୍ରତିଶତର ଅଂକୁଶ ଉଠାଇବା ନିମେନ୍ତ କେବେ ଆଇନ ଆଣିବ? ​

ଚା ୫୦ ପ୍ରତିଶତ ଅଂକୁଶ ହଟାଇବା ଆଇନ ଆଣିବା ପର୍ଯ୍ୟନ୍ତ ସମସ୍ତ ସଂରକ୍ଷଣ ସଂବଧିତ ଆଇନ ଗୁଡ଼ିକ ନବମ ଅନୁଛେଦରେ ଅର୍ନ୍ତଭୁକ୍ତ କରିବ କି?

ଚା ଜାତି ଗଣନା ବିଶେଷ କରି ପଛୁଆବର୍ଗର ଜାତି ଗଣନା କେବେ କରିବ?

ଯଦି କଂଗ୍ରେସ ପ୍ରଶ୍ନର ଜବାବ ଦେବାକୁ କେନ୍ଦ୍ର ସରକାର ପଛଘୁଂଚା ଦିଅନ୍ତି ତେବେ କେବଳ ପଛୁଆବର୍ଗ ନୁହେଁ ଇତିହାସ ଆପଣଙ୍କୁ କ୍ଷମା ଦେବ ନାହିଁ ବୋଲି ଶ୍ରୀ ବେହେରା ଚେତାବନୀ ଦେଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ଦୁଇ ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ, ଓ ଅମୀୟ ପାଣ୍ଡବ ଓ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking