34.1 C
Bhubaneswar
Saturday, May 18, 2024
Homeଓଡିଶାଡେଙ୍ଗୁ ଓ କରୋନା ପାଇଁ ରାଜଧାନୀ ଘାଇଲା : ମୁକାବିଲାର ମିଛ ବାହାସ୍ପୋଟ ମାରୁଛି ବିଏମ୍‌ସି

ଡେଙ୍ଗୁ ଓ କରୋନା ପାଇଁ ରାଜଧାନୀ ଘାଇଲା : ମୁକାବିଲାର ମିଛ ବାହାସ୍ପୋଟ ମାରୁଛି ବିଏମ୍‌ସି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଏବେ ବହୁ ସମ୍ବେଦନଶୀଳ ସ୍ଥିତିରେ ଗତି କରୁଛି । ଗୋଟିଏ ପଟେ କରୋନା ସଂକ୍ରମଣ ଥମୁନଥିବା ବେଳେ ବୋଝ ଉପରେ ନଳିତା ବିଡ଼ା ସଦୃଶ ଏବେ ଡେଙ୍ଗୁ ଲୋକଙ୍କ ନିଦ ହଜାଇ ଦେଇଛି । ଘରେ ଘରେ ଏବେ ଜ୍ୱର, କାଶ, ଥଣ୍ଡା ତରଳଝାଡ଼ା ପରି ରୋଗ ସାଧାରଣତଃ ଦେଖିବାକୁ ମିଳୁଛି । ଚିକିତ୍ସା ପାଇଁ ମେଡିକାଲକୁ ଗଲେ ସେଠି ବି ଗହଳି ଚହଳି ଲାଗି ରହୁଛି । ଏହିସ୍ଥିତିରେ ସହରବାସୀଙ୍କୁ ମୌଳିକ ସେବା ଯୋଗାଇ ଦିଆଯାଉଥିବା ସଫେଇ ରଖୁଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ମହାମାରୀ ମୁକାବିଲାର ମିଛ ବାହାସ୍ପୋଟ ମାରୁଥିବା ସାଧାରଣରେ ଅଭିଯୋଗ ହୋଇଛି । ଗତ କେଇ ଦିନ ହେବ ଭୁବନେଶ୍ୱରରେ ସଂକ୍ରମଣ ଅହେତୁକ ମାତ୍ରାରେ ବୃଦ୍ଧି ପାଇଛି । ଯେଉଁଠି ଖାଲି କରୋନା ସଂକ୍ରମିତଙ୍କ ଉପରେ ନଜର ଥିଲା ସେଠି ଏବେ ଡେଙ୍ଗୁ ଡର ଘାରିଛି । ଜୁଲାଇ ୧୫ ସୁଦ୍ଧା ଭୁବନେଶ୍ୱରରେ ୧୧୬ ଜଣ ଡେଙ୍ଗୁ ରୋଗୀଥିଲେ, ସେଠି ଆଜି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୧୧୬୨ରେ ପହଞ୍ଚିଛି । ସେହିପରି ଯେଉଁଠି ଜୁନ୍ ଶେଷ ସୁଦ୍ଧା ଭୁବନେଶ୍ୱରରେ ମାତ୍ର ୪୫୦ ଜଣଙ୍କ କରୋନାରେ ପ୍ରାଣ ହରାଇଥିଲେ, ସେଠି ମୃତକଙ୍କ ସଂଖ୍ୟା ୯୬୫ରେ ପହଞ୍ଚିଛି । ଗତ ଜୁଲାଇ ମାସରେ ସାରା ରାଜ୍ୟରେ ସଂକ୍ରମଣ କମୁଥିବା ବେଳେ ଭୁବନେଶ୍ୱରରେ ସଂକ୍ରମଣ ହାର ସ୍ଥିର ରହିଥିଲା । ହେଲେ ପରମୁହୂର୍ତ୍ତରେ ଏପରିକି ଏଯାଏଁ ମଧ୍ୟ ସ୍ଥିତି ସମାନ ଥିବା ନଜରକୁ ଆସିଛି । ଭୁବନେଶ୍ୱରରୁ ଆଉ ଆଉ ୪୯ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ବିଏମସିର ବାସ୍ତବ ମହାମାରୀ ମୁକାବିଲାର ଚିତ୍ରକୁ ପ୍ରତିପାଦନ କରୁଛି । ସହରରେ ଡେଙ୍ଗୁ ତଥା କରୋନା ମୁକାବିଲା କେବଳ ଲୋକ ଦେଖାଣିଆ ହେଉଛି, କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାନଯିବାରୁ ଭୁବନେଶ୍ୱରରେ ଆଜିବି ସଂକ୍ରମଣ ଉପରମୁହାଁ ରହିଥିବା ନଜରକୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking