31.1 C
Bhubaneswar
Tuesday, April 30, 2024
Homeଓଡିଶାସୁପ୍ରିମକୋର୍ଟ ଗଲେ ମୋକିମ

ସୁପ୍ରିମକୋର୍ଟ ଗଲେ ମୋକିମ

କଟକ: ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ପାଇଁ ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ । ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା ପାଇଁ ସୁଯୋଗ ଦେବାକୁ ଏବଂ ମାମଲାର ବିଚାର ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିବାକୁ ସେ ଆବେଦନରେ ପ୍ରାର୍ଥନା କରିଛନ୍ତି । ଏଥିସହ ଜରିମାନା ରାଶି ଆଦାୟ ଉପରେ ରୋକ ଲଗାଇବା ପାଇଁ ମଧ୍ୟ ସେ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି ।

ଏହି ମାମଲାର ଶୁଣାଣି ଆସନ୍ତା ଏପ୍ରିଲ ୧୯କୁ ଧାର୍ଯ୍ୟ କରାଯାଇଛି । ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲାରେ ତଳ କୋର୍ଟ ମୋକିମଙ୍କୁ ୩ ବର୍ଷ ଦଣ୍ଡାଦେଶ କରିଥିଲେ । ତଳ କୋର୍ଟଙ୍କ ରାୟକୁ ଓଡ଼ିଶା ହାଇକୋର୍ଟ କାଏମ ରଖିଥିଲେ । ଯାହାକୁ ଚାଲେଞ୍ଜ କରି ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୋକିମ । ଫଳରେ ସେ ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ନ କରିବା ଏବେ ସର୍ବୋଚ୍ଚ ଅଦାଲତଙ୍କ ରାୟ ଉପରେ ନିର୍ଭର କରୁଛି ।  ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ୨୦୨୨ ଅକ୍ଟୋବରରେ ବାରବାଟୀ-କଟକ ବିଧାୟକ ମୋକିମଙ୍କୁ ୩ ବର୍ଷର ଜେଲଦଣ୍ଡ ଶୁଣାଇଥିଲେ ଭୁବନେଶ୍ବର ଭିଜିଲାନ୍ସ କୋର୍ଟ ।

ମୋକିମଙ୍କ ସହ ପୂର୍ବତନ ଆଇଏଏସ ବିନୋଦ କୁମାର, ମେଟ୍ରୋ ବିଲ୍ଡରର ନିର୍ଦ୍ଦେଶକ ପିୟୂଷ ମହାନ୍ତି ଏବଂ କମ୍ପାନୀ ସେକ୍ରେଟାରୀ ସ୍ବସ୍ତି ରଞ୍ଜନ ମହାପାତ୍ରଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ହୋଇଥିଲା । ଏହି ରାୟ ଆସିବା ପରେ ମୋକିମଙ୍କ ସଭ୍ୟ ପଦ ରବ୍ଦ ହେବାର ସମ୍ଭାବନା ବଢିଥିଲା । ଏହାପରେ ଭିଜିଲାନ୍ସ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମୋକିମ ହାଇକୋର୍ଟ ଯାଇଥିଲେ । ଏହି ମାମଲାର ପ୍ରାରମ୍ଭିକ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ । ରାୟ ଆସିବା ପର୍ଯ୍ୟନ୍ତ ଅନ୍ତରୀଣ ରହିତାଦେଶ ବଳବତ୍ତର ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking