28.1 C
Bhubaneswar
Saturday, April 27, 2024
Homeଓଡିଶାପ୍ରବାସୀଙ୍କ ପାଇଁ ହେଲ୍ପ ଲାଇନ ଜାରି କଲା ବିଙ୍ଗ ହ୍ୟୁମାନ

ପ୍ରବାସୀଙ୍କ ପାଇଁ ହେଲ୍ପ ଲାଇନ ଜାରି କଲା ବିଙ୍ଗ ହ୍ୟୁମାନ

 
ବଲାଙ୍ଗିର – ଲକଡାଉନ ରେ ଶ୍ରମିକମାନେ ନିଜର ଦାନାପାଣି ହରାଇବା ପରେ ନିଜ ନିଜ ଘରକୁ ଫେରିବା ଜାରି ରହିଛି । ପ୍ରୟତଃ ୧୫ଲକ୍ଷ ଶ୍ରମିକ ରାଜ୍ୟ ବାହାରକୁ ଯାଇଥିବାବେଳେ ଉ ପର୍ଯ୍ୟନ୍ତ କେବଳ ସାଢେ ଚାରି ଲକ୍ଷ ଶ୍ରମିକ ରାଜ୍ୟକୁ ଫେରିଥିବା ସୁଚନା ରହିଛି । ତେବେ ଆହରି ଦଶ ଲକ୍ଷ ଶ୍ରମିକ ଏବେ ଫେରିବା ରାସ୍ତାରେ ରହିଛନ୍ତି । ଶ୍ରମିକ ଟ୍ରେନ ଯୋଗେ କିଛି ଫେରୁଥିବାବେଳେ ଅନେକେ ନିଜ ବନ୍ଦୋବସ୍ତରେ ବସ ଭଡାକରି ଫେରୁଛନ୍ତି । ତେବେ ଏହି ପ୍ରବାସୀ ଶ୍ରମିକମାନେ ଘରକୁ ଫେରିବାବେଳେ ରାସ୍ତାରେ ଖାଇବା, ପିଇବା ଓ ଶ୍ୱାସ୍ଥୟଗତ ସମସ୍ୟା ନେଇ ଖୁବ ହଇରାଣ ହେଉଥିବା ଦେଖାଯାଉଛି । ସରକାରି ସେବା ଏତେ ଗୁଡାଏ ଶ୍ରମିକଙ୍କୁ ଆବଶୟକିୟ ସେବା ଯୋଗାଇ ପାରୁ ନାହିଁ । ବଲାଙ୍ଗିର ଦାଦନ ପ୍ରବଣ ଜିଲ୍ଲା ହୋଇଥିବା ବେଳେ ଏଠିକାର ପ୍ରବାସୀଶ୍ରମିକଙ୍କ ସଂଖ୍ୟା ମଧ୍ୟ ଖୁବ ଅଧିକ । ଆମ ଜିଲ୍ଲାର ଶ୍ରମିକ ମାନଙ୍କୁ ସୁରକ୍ଷିତ ରୁପେ ଘରକୁ ଫେରାଇବାକୁ ହେଲେ ବିଭିନ୍ନ ସାମାଜିକ ସ୍ୱେଚ୍ଛା ସେବି ସଂଗଠନକୁ ମଧ୍ୟ ଆଗକୁ ଆସି ସେମାନଙ୍କୁ ସେବା ଯୋଗାଇଦେବାକୁ ହେବ । ତେଣୁ ବଲାଙ୍ଗିର ର ଅଗ୍ରଣି ସ୍ୱେଚ୍ଛା ସେବି ସଂଗଠନ ବିଙ୍ଗ ହ୍ୟୁମାନ ଫାଇଣ୍ଡେସନ ବିଭିନ୍ନ ରାସ୍ତା ଦେଇ ସଡକପଥ ରେ ଆସୁଥିବା ଏହି ଶ୍ରମିକମାନଙ୍କୁ ସୁଚନା ଓ ସହେଯାଗ ଯୋଗାଇଦେବା ସକାଶେ ଆଜି ହେଲ୍ପ ଲାଇନ ନମ୍ବର ଜାରି କରିଥିବା ସୁଚନା ଦେଇଛି । ଏହିକ୍ରମରେ ବଲାଙ୍ଗିର ସହରକୁ ସଂଯୋଗ କରୁଥିବା ନୁଆପଡା ରୋଡ, ସମ୍ବଲପୁର ରୋଡ, ସୋନପୁର ରୋଡ, ଭବାନିପାଟଣା ରୋଡ ଓ ବଲାଙ୍ଗିର ସହର ପାଇଁ ଭିନ୍ନ ଭିନ୍ନ ପାଞ୍ଚୋଟି ସହାୟତା ନମ୍ବର ଜାରି କରାଯାଇଛି । ତେବେ ବଲାଙ୍ଗିର ଦେଇ ଯାଉଥିବା ଯେ କୌଣସି ପ୍ରବାସି ଶ୍ରମିକ ଏହି ନମ୍ବର କୁ ଯୋଗାଯୋଗ କରି ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ର ତୁରନ୍ତ ସାହାଯ୍ୟ ପାଇ ପାରିବେ ବୋଲି ସଂଗଠନ ତରଫରୁ କୁହାଯାଇଛି ।
ହେଲ୍ପ ଲାଇନ ନମ୍ବର —
ବଲାଙ୍ଗିର /ସମ୍ବଲପୁର ରୋଡ – ୯୩୩୭୫୭୨୯୯୫/୮୨୪୯୪୦୪୦୫୮
ବଲାଙ୍ଗିର / ନୁଆପଡା ରୋଡ – ୯୩୪୮୨୧୮୪୯୫/ ୯୪୩୭୦୭୭୦୫୫
ବଲାଙ୍ଗିର / ଭବାନିପାଟଣା ରୋଡ – ୭୦୦୮୦୫୯୮୩୬/ ୭୦୦୮୦୫୮୫୪୫
ବଲାଙ୍ଗିର / ସୋନପୁର ରୋଡ – ୮୮୪୭୮୬୦୭୫୮/୭୯୭୮୦୦୯୩୯୭
ବଲାଙ୍ଗିର ସହର – ୯୪୩୭୫୫୯୪୪୫/ ୮୯୧୭୩୩୯୪୯୨

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking