29.1 C
Bhubaneswar
Sunday, May 5, 2024
Homeଅପରାଧଉତ୍ତର ପ୍ରଦେଶରେ ଦୁଇ ଭଉଣୀଙ୍କୁ ଦୁଷ୍କର୍ମ

ଉତ୍ତର ପ୍ରଦେଶରେ ଦୁଇ ଭଉଣୀଙ୍କୁ ଦୁଷ୍କର୍ମ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମାଉ ଜିଲ୍ଲାରେ ଲଜ୍ଜା । 2ଭଉଣୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଦୁଷ୍କର୍ମର ଶିକାର ହୋଇଥିବା 2 ପୀଡିତା ନାବାଳିକା ବୋଲି ଜଣାପଡିଛି । ପୋଲିସ ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିବାବେଳେ ଅନ୍ୟ ଜଣେ ଫେରାର ରହିଛି । ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଆର.ପି ଯାଦବ କହିଛନ୍ତି । ଅଭିଯୁକ୍ତମାନେ ଦୁଇ ନାବାଳିକାଙ୍କୁ ଜଙ୍ଗଲକୁ ଟେକି ନେଇ ବାରମ୍ବାର ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି ।

ଘଟଣା ନେଇ ପୀଡିତା ତାଙ୍କ ବଡ ଭଉଣୀଙ୍କୁ ଜଣାଇବା ପରେ ପୁରା ଘଟଣା ଲୋକଲୋଚନକୁ ଆସିଥିଲା । ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ପୀଡିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking