34.1 C
Bhubaneswar
Thursday, April 25, 2024
Homeଅପରାଧ୩ ବର୍ଷର ଶିଶୁକୁ ଦୁଷ୍କର୍ମ କଲା ସମ୍ପର୍କୀୟ ଦାଦା

୩ ବର୍ଷର ଶିଶୁକୁ ଦୁଷ୍କର୍ମ କଲା ସମ୍ପର୍କୀୟ ଦାଦା

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରୁ ପୁଣି ଏକ ଲଜ୍ଜାଜନକ ଘଟଣା ସୋମବାର ସାମନାକୁ ଆସିଛି । ଯାମଦା ଥାନା ଅଞ୍ଚଳର ଜଣେ 3 ବର୍ଷର ନିଷ୍ପାପ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁଯାୟୀ, ଶିଶୁ କନ୍ୟାଟି ନିଜ ଅଜା ଘରେ ଖେଳୁଥିବା ସମୟରେ ସେହି ଗ୍ରାମରେ ରହୁଥିବା ତା’ର ସମ୍ପର୍କୀୟ ଦାଦା ଅମରନାଥ ସିଂଙ୍କୁ ତାକୁ ଜବରଦସ୍ତି ଉଠାଇ ନେଇ ଦୁଷ୍କର୍ମ କରିଥିଲା । ପରେ ଶିଶୁକନ୍ୟାଟି କାନ୍ଦିବାରୁ ତା’ ବାପା ମା’ ସେଠାରେ ପହଞ୍ଚି ପିଶାଚ ଦାଦା କବଳରୁ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ । ପୂର୍ବରୁ ମଧ୍ୟ ଅମରନାଥ ଏପରି ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ଶିଶୁକନ୍ୟାର ବାପା ମା’ । ଆଜି ପୁଣି ଥରେ ଘଟଣାର ପୁନରାବୃତ୍ତି ହୋଇଥିବାର ଦେଖି ଶିଶୁକନ୍ୟାର ବାପା ମା’ ଯାମଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଯାମଦା ଥାନାଧିକାରୀ ଲିଖିତ ଅଭିଯୋଗକୁ କେନ୍ଦ୍ର କରି ପିଶାଚ ଅମରନାଥ ନାଁରେ ପକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରି ଥାନାକୁ ଆଣି ପଚରାଉଚରା ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking