30.1 C
Bhubaneswar
Saturday, May 4, 2024
Homeଅପରାଧଅପହରଣ ପରେ ଦୁଷ୍କର୍ମର ଶିକାର ନାବାଳିକା, ଅଭିଯୁକ୍ତ ଗିରଫ

ଅପହରଣ ପରେ ଦୁଷ୍କର୍ମର ଶିକାର ନାବାଳିକା, ଅଭିଯୁକ୍ତ ଗିରଫ

ମୟୂରଭଞ୍ଜ-ପୁଣି ଲଜ୍ୟା। ଥମୁନି ଦୁଷ୍କର୍ମ ଭଳି ଲଜ୍ୟାଜନକ ଘଟଣା। ଅପହରଣ ପରେ ଦୁଷ୍କର୍ମର ଶିକାର ହେଲେ ଜଣେ ନାବାଳିକା। ଥାନାରେ ଅଭିଯୋଗ ପରେ ଦୁଷ୍କର୍ମ ଅଭିଯୁକ୍ତ ପୁଲିସ ହାତରେ ଗିରଫ। ତେବେ ଏଭଳି ଏକ ଲଜ୍ୟାଜନକ ଘଟଣା ମୋରଡା ଥାନା ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ଜଣେ ଆଦିବାସୀ ନାବାଳିକାକୁ ଗତ ୧୦ ତାରିଖରେ ଅପହରଣ କରାଯାଇଥିବା ନେଇ ତାଙ୍କ ଭାଇ ୧୨ ତାରିଖ ମୋରଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ମୋରଡ଼ା ଥାନାରେ ୧୫୪/୨୧ ନମ୍ବରରେ ମାମଲା ରୁଜୁ ହୋଇଥିଲା । ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଅନୁସନ୍ଧାନ ଜାରିରଖି ରାସଗୋବିନ୍ଦପୁର ଥାନା ଅଧିନ ବାଛୁରୀପାଳ ଗ୍ରାମରୁ ମାହା ଟୁଡୁଙ୍କ ଘରୁ ଅପହୃତ ନାବାଳିକାକୁ ଉଦ୍ଧାର କରିଥିଲେ । ଉଦ୍ଧାର କରିବା ପରେ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ନାବାଳିକାକୁ ଭର୍ତ୍ତି କରାଯାଇ ଏବେ ଚିକିତ୍ସା କରାଯାଉଛି । ତେବେ ପିଡ଼ିତାର ଭାଇ ଗୋପାଳ ସୋରେନ ଦାବି କରିଛନ୍ତି ଅଭିଯୁକ୍ତକୁ କୋଠରଦଣ୍ଡରେ ଦଣ୍ଡିତ କରାଯାଇ ଫାଶୀ ଦିଆଯାଉ ।

 

ତେବେ ୧୬୧ ରେ ବୟାନ ରେକର୍ଡ କରାଯିବା ପରେ ଅପହରଣ ମାମଲା ଦୁଷ୍କର୍ମ ମାମଲା କୁ ପରିବର୍ତ୍ତନ ହୋଇଛି । ମୋରଡା ଥାନା ଅଧିକାରୀ ଅଭିଯୁକ୍ତ ଝିଙ୍କିରିଆ ଗ୍ରାମର କାଳିଚରଣ ଓରଫ ସପନ ଗିରି ଙ୍କୁ ଗିରଫ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ଡାକ୍ତରୀ ପରୀକ୍ଷା ହୋଇପାରିନାହିଁ । ଆଜି ଡାକ୍ତରୀ ପରୀକ୍ଷା ପରିବାର କୋର୍ଟ ଚାଲାଣ ହେବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking