40.1 C
Bhubaneswar
Thursday, April 25, 2024
Homeଓଡିଶାସ୍ବପ୍ନ ସତ ହେଲା,ଜମିକୁ ମାଡ଼ିଲା ସୁବର୍ଣ୍ଣରେଖା କେନାଲ ଜଳ

ସ୍ବପ୍ନ ସତ ହେଲା,ଜମିକୁ ମାଡ଼ିଲା ସୁବର୍ଣ୍ଣରେଖା କେନାଲ ଜଳ

ମୟୂରଭଞ୍ଜ(ଘାସିରାମ ବେହେରା)- ସତ ହେଲା ଜିଲ୍ଲାବାସୀଙ୍କ ଦୀର୍ଘଦିନର ସ୍ବପ୍ନ। ଜଳକଷ୍ଟ ଭୋଗୁଥିବା ଚାଷୀଙ୍କ ମୁହଁରେ ହସ ଫୁଟିଲା। ବହୁ ପ୍ରତୀକ୍ଷିତ ବହୁମୁଖୀ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଆଂଶିକ ଭାବେ କାର୍ଯ୍ୟକାରୀ ହୋଇଛି। ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଅପରାହ୍ନ ସାଢେ଼୪ଟା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଶୁଭାରମ୍ଭ ହୋଇଛି। ତେବେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଶୁଭଉଦଘାଟନ ଉତ୍ସବ କାଠପାଳର ପୁରୁଡ଼ିହି ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଅତିଥି ଭାବରେ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ,

ପଞ୍ଚାୟତିରାଜ,ପାନୀୟଜଳ, ଆଇନ, ହାଉସିଂ ଓ ଅର୍ବାନ ଡେଭଲପମେଣ୍ଟ ବିଭାଗ ମନ୍ତ୍ରୀ ପ୍ରତାପ ଜେନା,ଜିଲ୍ଲାପାଳ ବିନୀତ ଭରଦ୍ବାଜ, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ,ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ ସମେତ ଅନ୍ୟ ବିଧାୟକ,ସାଂସଦ ଉପସ୍ଥିତ ରହିଥିଲେ। ସେହିପରି ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ତେବେ ଆଜି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଦ୍ବାରା ନିର୍ମିତ କେନାଲରେ ପ୍ରଥମ କରି ଜଳଛଡ଼ା ଯିବାରୁ ଚାଷୀ ମାନଙ୍କ ମୁହଁରେ ହସ ଫୁଟିଛି। ଆଜି ପ୍ରଥମ କରି ବୈଶିଙ୍ଗା ପଟକୁ ଯାଇଥିବା କେନାଲ ସହିତ ମୋରଡ଼ା ବାମ କେନାଲରେ ଜଳଛାଡିବା ଯୋଗୁଁ ୯୪ଟି ଗ୍ରାମର ୧୫ ହଜାର ୩୫୯ ହେକ୍ଟର ଜମି ଜଳସେଚିତ ହେବ।

 

 

ତେବେ ବର୍ତ୍ତମାନ ବର୍ଷାଭାଵ ଯୋଗୁଁ ଚାଷକାର୍ଯ୍ୟ ପ୍ରଭାବିତ ହୋଇଥିବା ବେଳେ ସରକାରଙ୍କ ଏହି ପଦକ୍ଷେପ କିଛିମାତ୍ରାରେ ଚାଷୀଙ୍କୁ ଆଶ୍ୱସ୍ତ କରିଛି। ଯୋଉଥିପାଇଁ ଚାଷୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ମାତ୍ର ମୁଖ୍ୟ କେନାଲରୁ ଚାଷଜମିକୁ ପାଣି ମଡ଼ାଇବା ପାଇଁ ସବ-କେନାଲର ଆବଶ୍ୟକତା ରହିଥିବା ବେଳେ ଏହାକୁ ଗୁରୁତର ସହନେଇ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ ଜଣାଇଛନ୍ତି ଚାଷୀମାନେ।

 

ସୁବର୍ଣ୍ଣରେଖା କେନାଲ ଜଳ ଛଡ଼ାଯିବା ଦ୍ୱାରା ବାରିପଦା, ବେତନଟୀ, ମୋରଡ଼ା, ଶୁଳିଆପଦା ଓ ରାସଗୋବିନ୍ଦପୁର ବ୍ଲକର ୯୪ଟି ଗାଁର ଜମିକୁ ଜଳସେଚନ ସୁବିଧା ଉପଲବ୍ଧ ହୋଇ ୧୫ ହଜାର ୩୫୯ ହେକ୍ଟର ଚାଷଜମି ଜଳସେଚିତ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking