28.9 C
Bhubaneswar
Sunday, May 5, 2024
Homeଅପରାଧନାବାଳିକା ସାଥିରେ ନର ରାକ୍ଷାସମାନେ ଯାହାକଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ନାବାଳିକା ସାଥିରେ ନର ରାକ୍ଷାସମାନେ ଯାହାକଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ମୁମ୍ବାଇ: ମହାରାଷ୍ଟ୍ରର ପୁଣି ଏକ ହୃଦୟ ବିଦାରକ ଘଟଣା ସମ୍ନାକୁ ଆସିଛି । ଯେଉଁଠି କିଛି ଅମଣିଷ ୨ ଦିନ ଧରି ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ । ନାବାଳିକାର ବୟସ ମାତ୍ର ୧୩ ବର୍ଷ ହୋଇଥିବା ବେଳେ ତାକୁ ପୁନେ ରେଳ ଷ୍ଟେସନରୁ ଅପହରଣ କରାଯାଇଥିଲା । ଅପହରଣ ପରେ ଅଭିଯୁକ୍ତମାନେ ମିଶି ନାବାଳିକା ସହିତ ଅତି ନିଷ୍ଠୁରତା ଓ ବର୍ବରତାର ସମସ୍ତ ସୀମା ଅତିକ୍ରମ କରିଥିଲେ । ଏହି ମାମଲାରେ ୮ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ, ୧୩ ବର୍ଷର ପୀଡିତା ନାବାଳିକା ଅଗଷ୍ଟ ୩୧ ରାତିରେ ନିଜ ଗାଁକୁ ଯିବା ପାଇଁ ପୁନେ ରେଳ ଷ୍ଟେସନକୁ ଆସିଥିଲା । ଏହି ସମୟରେ କିଛି ଅଭିଯୁକ୍ତ ନାବାଳିକା ପାଖକୁ ଆସି କଥା ହୋଇଥିଲେ ଓ ଏତେ ରାତିରେ ଟ୍ରେନ୍ ମିଳିବ ନାହିଁ ବୋଲି କହିଥିଲେ । ଏପରି କହି ସେମାନେ ନାବାଳିକାକୁ ରେଳ ଷ୍ଟେସନ ବାହାରକୁ ଆଣିଥିଲେ । ଏହା ପରେ ଅପହରଣ କରି ନାବାଳିକାକୁ ଭାନଭାଡି ଅଞ୍ଚଳକୁ ଆଣିଥିଲେ । ସେଠାରେ ନାବାଳିକା ସହିତ ନିର୍ଦ୍ଦୟତାର ସମସ୍ତ ସୀମା ଅତିକ୍ରମ କରି ୨ ଦିନ ପର୍ଯ୍ୟନ୍ତ ଲଗାତାର ବଳାତ୍କାର କରିଥିଲେ । ନାବାଳିକା ଜଣକ ଅସହାୟ ଭାବେ ଯେତେ କାନ୍ଦିଲେ, ଚିତ୍କାର କରିବା ସହ ଛାଡିଦେବାକୁ କହିଥିଲେ ବି ଶୁଣିନଥିଲେ ଅଭିଯୁକ୍ତ । ଅଭିଯୁକ୍ତମାନେ ତାଙ୍କ କାମ ସାରି ନାବାଳିକାଙ୍କୁ ଏକ ନିଛାଟିଆ ରାସ୍ତାରେ ଛାଡ଼ି ପଳାଇଥିଲେ । ରାସ୍ତାରେ ଏକୁଟିଆ ନାବାଳିକା କାନ୍ଦୁଥିବାର ଦେଖି ଲୋକାମନେ ପୋଲିସକୁ ଖବର ଦେଇଥିଲେ । ରବିବାର ସନ୍ଧ୍ୟାରେ ଏହି ଖବର ଆସିବା ପରେ ସାରା ସହରରେ ଆତଙ୍କ ଖେଳିଯାଇଥିଲା । ଘଟଣାକୁ ଗଭୀରତାକୁ ଦେଖି ପୋଲିସ ଏକ ଗଣଦୁଷ୍କର୍ମ ମାମଲା ରୁଜୁ କରିଥିଲା । ଏହା ପରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପରେ ୮ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ଆଉ କିଛି ଅଭିଯୁକ୍ତ ଜଡିତ ଥିବାର ସମ୍ଭାବନା ରହିଛି । ପୋଲିସ ଏବେ ବି ଛାନଭିନ୍ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking