30.1 C
Bhubaneswar
Friday, April 26, 2024
Homeଅପରାଧମା’ ଓ ଭଉଣୀଙ୍କୁ ଏମିତି ଭାବରେ ହତ୍ୟା କଲା ନାବାଳକ ପଢିଲେ ଆଶ୍ଚର୍ଯ୍ୟ ହୋଇଯିବେ

ମା’ ଓ ଭଉଣୀଙ୍କୁ ଏମିତି ଭାବରେ ହତ୍ୟା କଲା ନାବାଳକ ପଢିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ: ଦୀର୍ଘ ତିନି ମାସର ଲକ ଡାଉନ ଏବଂ ଆର୍ଥିକ ସଂକଟ ମଧ୍ୟରେ ବଳି ପଡିଯାଇଛି ଗୋଟିଏ ପରିବାର । ଦେବଘର ଅନ୍ତର୍ଗତ କୋର୍ଟ ରୋଡ ଅଂଚଳରେ ଜଣେ ନାବାଳକ ନିଜ ମା ଓ ଭଉଣୀକୁ ଛୁରୀ ଦ୍ୱାରା ଆକ୍ରମଣ କରି ହତ୍ୟା କରିଥିବା ଦେଖିବାକୁ ମିଳିଛି । ବୁଧବାର ଦିନ ଏହି ନିର୍ମମ ହତ୍ୟା କାଣ୍ଡ ଘଟିଥିବା ବେଳେ ନାବାଳକ ଜଣ ଘରର ଛାତ ଦ୍ୱାରା ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ପୋଲିସ ଏହି ହତ୍ୟାକାଣ୍ଡ ଖବର ପାଇବା ପରେ ଅଭିଯୁକ୍ତ ନାବାଳକକୁ ଗିରଫ କରିଛି । ଗୃହସ୍ୱାମୀ ଗୋପାଳ ଶାହଙ୍କ ସୂଚନା ଅନୁସାରେ, ବୁଧବାର ରାତିରେ ପତ୍ନୀ ସୁନୀତା ଦେବୀ, ଝିଅ ଭାରତୀ କୁମାରୀ ଓ ନାବାଳକ ପୁଅ ଉପର ଘରେ ଶୋଇଥିଲେ । ଗୁରୁବାର ଦିନ ସକାଳେ ଉପରକୁ ଯାଇ ଦେଖିଲା ବେଳକୁ ମା ଓ ଝିଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିବା ସେ ଦେଖିବାକୁ ପାଇଥିଲେ । ହେଲେ ପୁଅ ସେଠାରେ ନଥିଲା ।
ଗୋପାଳଙ୍କ କହିବାନୁସାରେ, ଘରର ମୁଖ୍ୟଦ୍ୱାର ଭିତରୁ ହିଁ ବନ୍ଦ ଥିଲା । ଘରର ଛାତ ଦେଇ ଘର ଭିତରେ ପଶି ମା ଝିଅଙ୍କୁ ହତ୍ୟା କରାଯାଇଥିବା ସେ କହିଛନ୍ତି । ତେବେ ହତ୍ୟା ଘଟଣାସ୍ଥଳରୁ ଜବତ ହୋଇଥିବା ଛୁରୀ ତାଙ୍କ ଘରର ନୁହଁ ବୋଲି ଗୋପାଳ କହିଛନ୍ତି । ଏହି ଘଟଣା ପରେ ତାଙ୍କ ଘରେ ପୂର୍ବରୁ ଭଡାରେ ରହୁଥିବା ବ୍ୟକ୍ତି ଏହି ହତ୍ୟା କରିଥିବା ସନ୍ଦେହ କରୁଛନ୍ତି ବୋଲି ସେ ପୋଲିସକୁ କହିଛନ୍ତି । ବର୍ତମାନ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ନାବାଳକକୁ ଗିରଫ କରିଛି ଏବଂ ସେ ଏକା ଏହି କାମ କରିଛି ନା ତା ସହ ଆଉ କିଏ ଏଥିରେ ସଂପୃକ୍ତ ଅଛନ୍ତି ସେ ନେଇ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking