29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶ‘ହୁନର ହାଟ’ ରେ ମଧ୍ୟାହ୍ନ ଭୋଜନରେ ଲିଟ୍ଟି ଚୋଖା ଏବଂ ମାଟି କପରେ ଚା’ ପିଇଲେ...

‘ହୁନର ହାଟ’ ରେ ମଧ୍ୟାହ୍ନ ଭୋଜନରେ ଲିଟ୍ଟି ଚୋଖା ଏବଂ ମାଟି କପରେ ଚା’ ପିଇଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ଚାଲିଥିବା ‘ହୁନର ହାଟ’କୁ ବୁଧବାର ଅପରାହ୍ନରେ ଅଚାନକ ପହଞ୍ଚିଥିଲେ । ହୁନର ହାଟରେ ମୋଦୀ ବ୍ୟବସାୟୀ ଏବଂ ଶିଳ୍ପକାରଙ୍କ ସହ କଥା ହେବା ସହ ମଧ୍ୟାହ୍ନ ଭୋଜନରେ ଲିଟ୍ଟି ଚୋଖା ଖାଇଥିଲେ ଏବଂ ମାଟି କପରେ ଚା’ ପିଇଥିଲେ । କେନ୍ଦ୍ର କ୍ୟାବିନେଟ୍ ବୈଠକର ଅଧ୍ୟକ୍ଷତା କରିବା ପରେ ପ୍ରଧାନମନ୍ତ୍ରୀ ଆଜି ସିଧାସଳଖ ଯାଇ ‘ହୁନର ହାଟ’ରେ ପହଞ୍ଚି ଯାଇଥିଲେ । ମୋଦୀଙ୍କ ଗସ୍ତକୁ ନେଇ ଅନ୍ୟ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଥିଲେ । ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ଆୟୋଜିତ ଏହି ହୁନର ହାଟରେ ମୋଦୀ ପ୍ରାୟ ୫୦ ମିନିଟ୍ ଅତିବାହିତ କରିଥିଲେ । ପୂର୍ବ ଉତ୍ତରପ୍ରଦେଶ, ବିହାର ଏବଂ ଝାଡ଼ଖଣ୍ଡରେ ଲୋକପ୍ରିୟ ଖାଦ୍ୟ ଲିଟ୍ଟି ଚୋଖା ଖାଇବା ପାଇଁ ମୋଦୀ ୧୨୦ ଟଙ୍କା ଦେଇଥିଲେ । ମୋଦୀ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବ୍ବାସ ନକଭୀଙ୍କ ସହ ଚା’ ପିଇଥିଲେ ଏବଂ ୨ କପ୍ ଚା’ ପାଇଁ ୪୦ ଟଙ୍କା ଦେଇଥିଲେ । ହୁନର ହାଟ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଶିଳ୍ପୀମାନେ କହିଛନ୍ତି, ପାରମ୍ପରିକ କାରୁକାର୍ଯ୍ୟ ଧୀରେଧୀରେ ଲୋପ ପାଉଥିବା ବେଳେ ‘ହୁନର ହାଟ’ କାର୍ଯ୍ୟକ୍ରମ ଏହାକୁ ଜୀବିତ ରଖିବାରେ ସହାୟକ ହେଉଛି । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଏହି ହୁନର ହାଟ କାର୍ଯ୍ୟକ୍ରମ ଚାଲିବ । ଏଥିରେ ମୋଦି ବିହାରର ଲୋକପ୍ରିୟ ଖାଦ୍ୟ ଲିଟ୍ଟି-ଚୋଖା ଖାଇବା ସହ ସ୍ୱାଦିଷ୍ଟ ମଧ୍ୟାହ୍ନ ଭୋଜନ ସମ୍ପର୍କରେ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ମଧ୍ୟ ସେୟାର କରିଛନ୍ତି ।

ଏଥିରେ ମୋଦି ମଧ୍ୟାହ୍ନ ଭୋଜନ ଲାଗି ଚା ସହ ସ୍ୱାଦିଷ୍ଟ ଲିଟ୍ଟି-ଚୋଖାବି ଖାଇବାକୁ ମିଳିଲା ବୋଲି ଉଲ୍ଲେଖ କରିଛନ୍ତି । ଏହା ସହ ହୁନର ହାଟରେ ପ୍ରଦର୍ଶିତ ହେଉଥିବା ବିଭିନ୍ନ ଷ୍ଟଲ ସମ୍ପର୍କରେ ବି ଉଲ୍ଲେଖ କରିଛନ୍ତି । ଯେଉଁଥିରେ ହସ୍ତଶିଳ୍ପଠୁ ଆରମ୍ଭ କରି ଟେକ୍ସଟାଇଲ ଓ ଅନେକ ସାମଗ୍ରୀ ପ୍ରଦର୍ଶିତ ହେଉଥିବା ଉଲ୍ଲେଖ କରିବା ସହ ଏଠାକାର ଷ୍ଟଲରେ ମିଳୁଥିବା ମଜାଦାର ଖାଦ୍ୟର ବି ବର୍ଣ୍ଣନା କରିଛନ୍ତି । ଯାହାର ଲିଟ୍ଟି-ଚୋଖା ଏକ ଉଦାହରଣ ।

ପ୍ରଧାନମନ୍ତ୍ରୀ ମୋଦୀ ପେଣ୍ଟିଂ ପ୍ରସ୍ତୁତ କରୁଥିବା ଦିବ୍ୟାଙ୍ଗ ମହିଳାଙ୍କ ଭିଡିଓ ନିଜେ ସେୟାର କରିଥିଲେ । ଏଥିରେ ମହିଳା ମୋଦୀଙ୍କୁ କହୁଛନ୍ତି, ସେ ପେଣ୍ଟିଂ କରୁଛନ୍ତି । ମହିଳା ମୋଦୀଙ୍କୁ କହିଛନ୍ତି କି ସେ କୌଣସି ତାଲିମ ନେଇ ନାହାନ୍ତି । ଏହି କଥା ଶୁଣି ମୋଦୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମହିଳା ଜଣକ କହିଛନ୍ତି କି, ଆରମ୍ଭରୁ ସେ ଦିଲ୍ଲୀ ହାଟ ବାହାରେ ଫୁଟପାଥରେ ପେଟିଂ ବିକ୍ରି କରୁଥିଲେ । ସେହି ସମୟରେ ଗୋଟିଏ ପେଣ୍ଟିଂର ମୂଲ୍ୟ ୧୦୦ ଟଙ୍କା ଥିଲା । ଧୀରେ ଧୀରେ କାମ ଆଗକୁ ବଢ଼ିଲା ଏବଂ ପେଣ୍ଟିଂ ବିକ୍ରିକରି ସେ ଏବେ ଏକ ଘର କରିଛନ୍ତି ।

ଏକ ଦୋକାନ ପରିଚାଳନା କରୁଥିବା ବ୍ୟକ୍ତି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛନ୍ତି । ରହମାନ ନାମରେ ବରିଷ୍ଠ ବ୍ୟକ୍ତି କହିଛନ୍ତି କି ମୋଦୀଙ୍କୁ ଭେଟି ବହୁତ ଖୁସି ଅନୁଭବ କରୁଛି । ଜୀବନରେ ପ୍ରଥମ ଥର କୌଣସି ଜଣେ ପ୍ରଧାନମନ୍ତ୍ରୀଙ୍କ ସହ ହାତ ମିଶାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking