38.1 C
Bhubaneswar
Friday, April 26, 2024
Homeଓଡିଶାଏଥର ନିଜ ସ୍କୁଲ୍‌ରେ ମାଟ୍ରିକ୍‌ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଏଥର ନିଜ ସ୍କୁଲ୍‌ରେ ମାଟ୍ରିକ୍‌ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଏଥର ନିଜ ସ୍କୁଲ୍‌ରେ ମାଟ୍ରିକ୍‌ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ଓ ଅନ୍ୟ ସ୍କୁଲ୍‌ର ଶିକ୍ଷକ ହେବେ ପରୀକ୍ଷା ନିରୀକ୍ଷକ। ଏହାସହ ଅଢ଼େଇ ଘଣ୍ଟା ବଦଳରେ ୨ ଘଣ୍ଟା ରହିବ ପରୀକ୍ଷା ଅବଧି। କରୋନା ଯୋଗୁ ଯେଭଳି ଛାତ୍ରଛାତ୍ରୀଙ୍କ କୌଣସି ଅସୁବିଧା ନହୁଏ ସେଥିପାଇଁ ଏଥର ନିଜ ସ୍କୁଲ୍‌ରେ ସମସ୍ତ ପରୀକ୍ଷାର୍ଥୀ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ପୂର୍ବରୁ ମାଟ୍ରିକ୍‌ ପରୀକ୍ଷା ଅନ୍ୟ ସ୍କୁଲରେ ଅନୁଷ୍ଠିତ ହୋଇଥାଏ। ତେବେ ଏଥର ପରୀକ୍ଷାର କାର୍ଯ୍ୟସୂଚୀ ସମୟ ଓ ସ୍ଥାନ ପରିବର୍ତ୍ତନ କରାଯାଇଛି। ଏଥର ସବୁ ପରୀକ୍ଷାର୍ଥୀ ନିଜ ସ୍କୁଲ୍‌ରେ ପରୀକ୍ଷା ଦେବେ। କରୋନା ଯୋଗୁ ରହିବା ଓ ଯାତାୟତରେ ଅଭିଭାବକ,ଛାତ୍ରଛାତ୍ରୀ ଅସୁବିଧାର ସାମ୍ନା କରିବାର ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ମେ’ ୩ ତାରିଖରୁ ମେ’ ୧୫ ତାରିଖ ପର୍ଯ୍ୟନ୍ତ ହେବ। 

କୋଭିଡ୍‌ କଟକଣା ମଧ୍ୟରେ ଦୀର୍ଘ ୯ ମାସ ପରେ ରାଜ୍ୟରେ ଜାନୁଆରୀ ୮ରୁ ସ୍କୁଲ୍ ଖୋଲିଥିଲା। ରାଜ୍ୟର ଦଶମ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କେବଳ ସ୍କୁଲ୍‌ ଖୋଲିଛି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ପାଠପଢ଼ା ଆରମ୍ଭ ହୋଇଥିବାବେଳେ କିଛିଦିନ ତଳେ ଫର୍ମପୂରଣ ଫି’କୁ ସରକାର ଛାଡ୍‌ କରିଥିଲେ। ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କୁ ଏକ ୭୦୦ ପୃଷ୍ଠାର ବହି ‘ପରୀକ୍ଷା ଦର୍ପଣ’ ଦିଆଯିବା ନେଇ ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଥିଲେ। ୭୦୦ ପୃଷ୍ଠାର ଏହି ବହିରେ ମାଟ୍ରିକ୍ ପରୀକ୍ଷାର ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର ରହିବ। ରାଜ୍ୟର ୬ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀଙ୍କୁ ଏହି ବହି ମାଗଣାରେ ଦିଆଯିବ। ୭୦ ପ୍ରତିଶତ ସିଲାବସ୍‌କୁ ନେଇ ଏହି ଟେଷ୍ଟ ପେପର୍ ପିଲାଙ୍କୁ ଦିଆଯିବ। ପରୀକ୍ଷାର ଯଥେଷ୍ଟ ପୂର୍ବରୁ ଛାତ୍ରଛାତ୍ରୀଙ୍କ ନିକଟରେ ଏହି ବହି ପହଞ୍ଚାଯିବାକୁ ବ୍ୟବସ୍ଥା ହେବ ବୋଲି ମନ୍ତ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking