29.1 C
Bhubaneswar
Monday, May 6, 2024
Homeଅପରାଧପାରିବାରିକ କଳହର କରୁଣ ପରିଣତି

ପାରିବାରିକ କଳହର କରୁଣ ପରିଣତି

କଳାହାଣ୍ଡି : ମଣିଷର ରାଗ ଯେ କେତେ ଭୟଙ୍କର ରୁପ ଧାରଣ କରିପାରେ, ତାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ । ଭବାନୀପାଟଣା ଅର୍କାବାହାଲି ପଡ଼ା ନିବାସୀ ରାଜୁ ରାଉତଙ୍କ ପୂଅ କହିବା ଅନୁସାରେ ରାଜୁ ରାଉତ ନାମକ ମେକାନିକ ଓ ତାଙ୍କ ସ୍ତ୍ରୀ ବିନୋଦିନୀ ରାଉତ ମଧ୍ୟରେ କୌଣସି ଘଟଣାକୁ କେନ୍ଦ୍ର କରି ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ରାଜୁ ପାଖରେ ପଡିଥିବା ଏକ କଟୁରି ଆଣି ମୁହଁରେ ଓ ହାତରେ ଆଘାତ ଦେବା ଫଳରେ ବିନୋଦିନିଙ୍କ ଡାହାଣ ହାତ ସମ୍ପୂର୍ଣ୍ଣ କଟିଯିବା ସହିତ, ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇ ପ୍ରବଳ ରକ୍ତଶ୍ରାବ ହୋଇଥିଲା ।

ବିନୋଦିନିଙ୍କୁ ସଙ୍ଗେ ସଙ୍ଗେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଆଣା ଯାଇଥିଲା । ପରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣା ଘଟାଇବା ପରେ ରାଜୁ ରାଉତ ନିଜକୁ ଥାନାରେ ଆତ୍ମସମର୍ପଣ କରିଥିବା ପୋଲିସ ପ୍ରକାଶ କରିଛି । ଏହାକୁ ନେଇ ପୋଲିସ ଅଧିକ ତଦନ୍ତ ଚାଲିଛି ବୋଲି ପୋଲିସ ଅତିରିକ୍ତ ସବ ଇନ୍ସପେକ୍ଟର ସତ୍ୟ ନାରାୟଣ ହାନ୍ତାଳ ପ୍ରକାଶ କରି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking