40.1 C
Bhubaneswar
Wednesday, April 24, 2024
Homeଓଡିଶାବିଜୁଜନତା ଦଳ ପକ୍ଷରୁ କର୍ମୀସମ୍ମିଳନୀ ଅନୁଷ୍ଠିତ

ବିଜୁଜନତା ଦଳ ପକ୍ଷରୁ କର୍ମୀସମ୍ମିଳନୀ ଅନୁଷ୍ଠିତ

ଯାଜପୁର : ଯାଜପୁର ଜିଲ୍ଲା ଦାନଗଦି ବ୍ଲକର ଧୂଳି ଗଡ଼ ଗ୍ରାମପଞ୍ଚାୟତ ବିଜୁଜନତା ଦଳ ପକ୍ଷରୁ ଏକ କର୍ମୀସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଧୂଳିଗଡ଼ ଗ୍ରାମପଞ୍ଚାୟତ ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ଦିନବନ୍ଧୁ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ ସୁକିନ୍ଦା ବିଧାୟକ ତଥା ବିଜେଡି ସାଧାରଣ ସମ୍ପାଦକ ଇଂ. ପ୍ରୀତିରଞ୍ଜନ ଘଡାଇ l ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ ୯/୧୦ ଜୋନ୍ ର ଜିଲ୍ଲାପରିଷଦ ସଦସ୍ୟା ଓ ଦାନଗଦି ବ୍ଲକ ବିଜେଡି ସଭାପତି, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମଦନମୋହନ ସାହୁ, ଧୂଳିଗଡ଼ ଗ୍ରାମପଞ୍ଚାୟତର ବିଜେଡି ଯୁବ ସଭାପତି ରାଉତ ମୁଣ୍ଡା, ବହୁ ସଂଖ୍ୟାରେ ମହିଳା ଓ କାର୍ଯ୍ୟ କର୍ତ୍ତାମାନେ l ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ଅତିଥିମାନେ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ l ଶେଷରେ ମୁଖ୍ୟଅତିଥି ବିଧାୟକ ଶ୍ରୀ ଘଡାଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ l

ଆଗାମୀ ପଞ୍ଚାୟତ ସମିତି ନିର୍ବାଚନ ପାଇଁ ସମସ୍ତ କର୍ମକର୍ତ୍ତାମାନେ କିପରି ଭାବରେ କର୍ଯ୍ୟ କରିବେ ସେ ବିଷୟରେ ସୂଚନା ଦେଇଥିଲେ l ଏହି ଅବସରରେ ଧୂଳିଗଡ଼ ଗ୍ରାମପଞ୍ଚାୟତର ମାନଗୋବିନ୍ଦପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ଗୃହ ଓ ଉନ୍ନୟନ କର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ବିଧାୟକ ପ୍ରୀତିରଞ୍ଜନ ଘଡାଇ l ରାଜ୍ଯ ଖଣିଜ ପାଣ୍ଠିରୁ ୩୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ବିଦ୍ୟାଳୟର ଗୃହ ଓ ଉନ୍ନୟନ କାମ ହେବ l ଆଗାମୀ ଦିନରେ ଦାନଗଦି ବ୍ଲକର ପ୍ରତି ଘରକୁ ପାଇପ୍ ଲାଇନ ବ୍ୟବସ୍ଥାରେ ପାନୀୟଜଳ ଯୋଗାଣ ପ୍ରକଳ୍ପ ପାଇଁ ଜୋକଦିଆ ଠାରେ ପମ୍ପହାଉସର କାମ ହେବାକୁ ଯାଉଥିବା ବେଳେ ଜନସାଧାରଣଙ୍କ ସହଯୋଗ ମିଳିଲେ ବହୁତ୍ ଉନ୍ନତି ଆଣିବା ପାଇଁ ଚେଷ୍ଟା ଜାରିରହିବ ବୋଲି ବିଧାୟକ ଶ୍ରୀ ଘଡାଇ ବକ୍ତବ୍ୟ ରଖିଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking