29.1 C
Bhubaneswar
Monday, May 6, 2024
Homeଓଡିଶା୩ରୁ ୫ ଡିଗ୍ରୀ ଖସିବ ପାରଦ, ବଢ଼ିବ ଥଣ୍ଡା

୩ରୁ ୫ ଡିଗ୍ରୀ ଖସିବ ପାରଦ, ବଢ଼ିବ ଥଣ୍ଡା

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଦୁଇରୁ ତିନି ଦିନ ପ୍ରବଳ ଶୀତ ହେବ । ରାତିର ତାପମାତ୍ରା ଆହୁରି ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ କମିବ । ତେଣୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା ୪୮ଘଣ୍ଟା ଲାଗି ରାଜ୍ୟର କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରବିବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଝରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଶୀତର ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି । ସେହିପରି ରବିବାର ସକାଳ ସାଢ଼େ ୮ଟାରୁ ସୋମବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ସମ୍ୱଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଶୀତର ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି । ଥଣ୍ଡା ଯୋଗୁଁ଼ ଯୋଗୁ ଜ୍ୱର, ଥଣ୍ଡା, କାଶ, ନାକରୁ ପାଣି ବାହାରିବା, ଛିଙ୍କ ପ୍ରଭୃତି ରୋଗ ହେବାର ସମ୍ଭାବନା ରହିଛି । ତେଣୁ ବୟସ୍କ ଓ ଛୋଟ ପିଲାଙ୍କ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ରାତି ଓ ପାହାନ୍ତିଆ ସମୟରେ ଯଥା ସମ୍ଭବ ଘରେ ରୁହନ୍ତୁ । ଏହି ସମୟରେ ଦୁଇ ଚକିଆ ଯାନ ତଥା ଖୋଲା କାରରେ ଯିବା ଆସିବା କରନ୍ତୁ ନାହିଁ । ଶୀତରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ର ସହ ଏକାଧିକ ପୋଷାକ ପିନ୍ଧିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ଅପରପକ୍ଷେ ଗତ ୨୪ଘଣ୍ଟାରେ ରାତିରେ ରାଜ୍ୟର ୨୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେଥି ମଧ୍ୟରୁ ଝାରସୁଗୁଡ଼ାରେ ୫.୬ ଡିଗ୍ରୀ, ରାଉରକେଲାରେ ୬ ଡିଗ୍ରୀ, ସୁନ୍ଦରଗଡ଼ରେ ୭ ଡିଗ୍ରୀ, ଜି.ଉଦୟଗିରିରେ ୭ ଡିଗ୍ରୀ, ସେମିଳିଗୁଡ଼ାରେ ୭.୩ ଡିଗ୍ରୀ, ଚିପିଲିମାରେ ୭.୪ଡିଗ୍ରୀ, ଦାରିଙ୍ଗବାଡ଼ିରେ ୮ଡିଗ୍ରୀ, ଢେଙ୍କାନାଳରେ ୮.୪ଡିଗ୍ରୀ, କେନ୍ଦୁଝରରେ ୮.୫ ଡିଗ୍ରୀ, ଫୁଲବାଣୀରେ ୮.୫ଡିଗ୍ରୀ, ସୋନପୁରରେ ୯ ଡିଗ୍ରୀ, ଅନୁଗୋଳରେ ୯ ଡିଗ୍ରୀ, ଭଦ୍ରକରେ ୯ ଡିଗ୍ରୀ, ତାଣୀତାଲରେ ୯.୨ ଡିଗ୍ରୀ,ମହିଷାପାଟରେ ୯.୪ ଡିଗ୍ରୀ, ବାରିପଦାରେ ୯.୬ ଡିଗ୍ରୀ, ବାଲେଶ୍ୱରରେ ୯.୭ ଡିଗ୍ରୀ, ଭବାନୀପାଟଣାରେ ୧୦ ଡିଗ୍ରୀ, କୋରାପୁଟ ୧୦ ଡିଗ୍ରୀ ଓ କେନ୍ଦ୍ରାପଡ଼ାରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking