29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତ, ସଫା କଲେ ୨ ଆତଙ୍କବାଦୀଙ୍କୁ

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତ, ସଫା କଲେ ୨ ଆତଙ୍କବାଦୀଙ୍କୁ

ଶ୍ରୀନଗର: ବାଲାକୋଟ ସେକ୍ଟରରେ ସୁରକ୍ଷାକର୍ମୀଙ୍କୁ ସଫଳତା । ସେନା ଗୁଳିରେ ନିପାତ ହେଲେ ୨ ଆତଙ୍କୀ। ଗତକାଲି ବିଳମ୍ବିତ ରାତିରେ ପୁଞ୍ଛ ଜିଲ୍ଲାରେ ବାଲାକୋଟ ସେକ୍ଟରରେ ଗୁଳିବିନିମୟ ପରେ ୨ ଆତଙ୍କୀ ନିହତ ହୋଇଥିବା ଜଣେ ପ୍ରତିରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ, ”ଗତକାଲି ପୁଞ୍ଛ ଜିଲ୍ଲାର ବାଲାକୋଟ ସେକ୍ଟରର ପ୍ରକୃତ ନିୟନ୍ତ୍ରଣ ରେଖାରେ ଆତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ଆମକୁ ସୂଚନା ମିଳିଥିଲା । ଏହାପରେ ସନ୍ଧ୍ୟା ସମୟରେ ସୁରକ୍ଷାକର୍ମୀ ନିୟନ୍ତ୍ରଣ ରେଖା ନିକଟରେ ସର୍ଚ୍ଚ ଆପରେସନ ଆରମ୍ଭ କରିଥିଲା । ଏହାପରେ ଆତଙ୍କୀଙ୍କ ଉପରକୁ ଗୁଳି ଚଳାଇଥିଲେ ଭାରତୀୟ ସେନା । ଫଳରେ ୨ ଆତଙ୍କବାଦୀ ନିହତ ହୋଇଥିଲେ । ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହି ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking