29.1 C
Bhubaneswar
Monday, May 6, 2024
Homeଓଡିଶାମହିଳାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ: ବାପୁଜୀନଗରରୁ ଅଭିଯୁକ୍ତ ବିଲ୍ଡର ଗିରଫ

ମହିଳାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ: ବାପୁଜୀନଗରରୁ ଅଭିଯୁକ୍ତ ବିଲ୍ଡର ଗିରଫ

ଭୁବନେଶ୍ୱର:ଆଦିବାସୀ ମହିଳାଙ୍କ ଜମିକୁ ଜୋରଜବରଦସ୍ତ ହଡପ କରିବାକୁ ଉଦ୍ୟମ କରିବା ସହ ତାଙ୍କୁ ତଣ୍ଟିଚପି ହତ୍ୟା ଉଦ୍ୟମ କରିବା ଘଟଣାରେ ବାଙ୍କି ପୁଲିସ ସମଷ୍ଟି ବିଲ୍ଡର ମାଲିକଙ୍କୁ ଶନିବାର ଦିନ ଗିରଫ କରିଛି । ଗିରଫ ଅଭିଯୁକ୍ତ ବିଲ୍ଡର ହେଲେ ନିଷିଥ ରଂଜନ ନନ୍ଦ । ଗିରଫ ନିଷିଥ ଭରତପୁର ଥାନା ଘାଟିକିଆରେ ରୁହେ । ଶନିବାର ନିଷିଥ ବାପୁଜୀନଗରରେ ବୁଲୁଥିବା ସମୟରେ ବାଙ୍କୀ ପୁଲିସର ଏକ ଟିମ୍‍ କ୍ୟାପିଟାଲ ଥାନା ଅଞ୍ଚଳରୁ ତାଙ୍କୁ ଉଠାଇ ନେଇଥିଲା । ଜେରା କରିବା ପରେ ସେ ଦଳିତ ମହିଳାଙ୍କୁ ଆକ୍ରମଣ କରିଥିବା କହିଥିଲେ । ପରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ସମଷ୍ଟି ବିଲ୍ଡର ଶ୍ରୀ ନନ୍ଦ ଭରତପୁର ଥାନା ଘାଟିକିରେ ରହୁଥିବା ଶହ ଶହ ଆଦିବାସୀ ଜମିକୁ ଆତ୍ମସାତ କରିଥିବା ନେଇ ଭରତପୁର,ଖଣ୍ଡଗିରି ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ଜମି ହରାଇଥିବା ଶହ ଶହ ଆଦିବାସୀ ମହିଳା, ପୁରୁଷ ରାଜଧାନୀରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତହସିଲ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳ ଓ ଡିସିପି ଅଫିସ ମଧ୍ୟ ଘେରାଉ କରିଥିଲେ । ଶ୍ରୀ ନନ୍ଦଙ୍କ ନାଁରେ ଭରତପୁର ଥାନାରେ ମଧ୍ୟ ଚାରି ଚାରିଟା ମାମଲା ରୁଜୁ ହୋଇଛି । ଆଗକୁ ଦେଖିବାର କଥା ନିଷିଥଙ୍କ ବିରୋଧରେ କମିଶନରେଟ୍‍ ପୁଲିସ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ସୂଚନାଯୋଗ୍ୟଯେ, କଟକ ଜିଲ୍ଲା ବାଙ୍କୀ ଥାନା ଡମପଡା ବ୍ଲକ୍‍ ତାଳବସ୍ତି ଗାଁରେ ରୁହନ୍ତି ଦଳିତ ଆଦିବାସୀ ମହିଳା ଧୋବି ଦିହୁଡି (୪୩) । ଧୋବିଙ୍କ ପରିବାର ଲୋକେ ବହୁ ଅସୁବିଧାରେ ଚଳନ୍ତି । ଧୋବିଙ୍କ ଜମିକୁ କିଣିବା ପାଇଁ ସମଷ୍ଟି ବିଲ୍ଡର ନିଷିଥ କୁମାର ନନ୍ଦ ତାଙ୍କ ସହ ଓ ସ୍ୱାମୀ କାହ୍ନୁ ଚରଣ ପ୍ରଧାନଙ୍କ ସହ କଥା ହୋଇଥିଲେ । ଟଙ୍କା ନ ଦେଇ ଧୋବିଙ୍କ ଜମିକୁ ଶ୍ରୀ ନନ୍ଦ ନେବାକୁ ଉଦ୍ୟମ କରିଥିଲେ । ଯାହାକୁ ନେଇ ବିବାଦ ଲାଗି ରହିଥିଲା । ଗତବର୍ଷ ଅକ୍ଟୋବର ୨୨ ତାରିଖ ଦିନ ମୁଁ ଓ ମୋ ସ୍ୱାମୀ ଭୁବନେଶ୍ୱରରୁ ଘରକୁ ଫେରୁଥିଲୁ । ଏହି ସମୟରେ ପଦନପୁର ଓ ତାଳବସ୍ତ ମଝିରେ ରାସ୍ତା ପୋଲ ନିକଟରେ ଆମ ବାଇକକୁ ଦୁଇଟି ବାଇକ୍‍ ଓ କାର୍‍ରେ ଆସିଥିବା ଯୁବକମାନେ ଅଟକାଇଥିଲେ । ସଂଗେ ସଂଗେ ମୋ ସ୍ୱାମୀ ଓ ମୋତେ ଆକ୍ରମଣ କରିବା ସହ ଜୀବନରୁ ମାରିଦେବାକୁ ଧମକ ଚମକ ଦେଇଥିଲେ । ଦୁହିଁଙ୍କ ତଣ୍ଟି ଚିପି ରାସ୍ତାରେ ପିଟିବା ସହ ନିଷିଥ ରଂଜନ ଦାସ କହିଥିଲେ ଯେ, ଘାଟିକିଆ ଜମି ବିଷୟରେ ମୁଣ୍ଡପୁରାଇବ ନାହିଁ । ମୁଣ୍ଡ ପୁରାଇଲେ ଜୀବନରୁ ମାରି ଦେବୁ । ଏନେଇ ଧୋବି ବାଙ୍କି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିବା ସହ ବାପୁଜୀନଗରରୁ ଅଭିଯୁକ୍ତ ନିଷିଥ ରଂଜନ ନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking