29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଦିଲ୍ଲୀ ସ୍କୁଟି ଦୁର୍ଘଟଣା ମାମଲା: ଗଞ୍ଜେଇ ସ୍ମଗଲିଂ ମାମଲାରେ ଗିରଫ ହୋଇଥିଲେ ନିଧି

ଦିଲ୍ଲୀ ସ୍କୁଟି ଦୁର୍ଘଟଣା ମାମଲା: ଗଞ୍ଜେଇ ସ୍ମଗଲିଂ ମାମଲାରେ ଗିରଫ ହୋଇଥିଲେ ନିଧି

ନୂଆଦିଲ୍ଲୀ : ଦିଲ୍ଲୀର କଞ୍ଝାବଲୀ ଦୁର୍ଘଟଣା ମାମଲାରେ ମୃତା ଅଞ୍ଜଳୀ ଏବଂ ତାଙ୍କ ବାନ୍ଧବୀ ନିଧିକୁ ନେଇ ପୁଲିସ ବଡ଼ ଖୁଲାସା କରିଛି । ନିଧି ଦୁଇବର୍ଷ ତଳେ ଗଞ୍ଜେଇ ସ୍ମଗଲିଂ ମାମଲାରେ ନିଧି ଆଗ୍ରାମ ଷ୍ଟେସନ୍‌ରେ ଧରାପଡ଼ିଥିବା ବେଳେ ଛଅମାସ ତଳେ ଅଞ୍ଜଳି ନିଶାସକ୍ତ ଅବସ୍ଥାରେ ସ୍କୁଟି ଚଳାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀ ପୁଲିସ କହିଛି ସ୍କୁଟିରେ ଅଞ୍ଚଳଙ୍କ ପଛରେ ବସିଥିବା ନିଧି ତେଲେଙ୍ଗାନାର ସିକନ୍ଦରାବାଦରୁ ଗଞ୍ଜେଇ ନେଇ ଆଗା ଷ୍ଟେସନ୍‌ରେ ପହଞ୍ଚିବା ପରେ ୨୦୨୦ ଜାନୁଆରୀ ୬ରେ ଗିରଫ ହୋଇଥିଲେ । ସେତେବେଳେ ତାଙ୍କ ସହିତ ସମୀର ଓ ରବିବା ନାମକ ଦୁଇଜଣ ଯୁବକ ମଧ୍ୟ ଗିରଫ ହୋଇଥିଲେ । ନିଧି ଏବେ ଜାମିନରେ ଅଛନ୍ତି । ତେବେ ଆଜି ଦିଲ୍ଲୀ ପୁଲିସ ମୁଖ୍ୟାଳୟକୁ ଆଣି ପଚରା ଉଚରା କରିଛି । ସେପଟେ ୬ଷ୍ଠ ଅଭିଯୁକ୍ତକୁ ଗିରଫ କରାଯିବା ପରେ ସପ୍ତମ ଅଭିଯୁକ୍ତ ଅଙ୍କୁଶ ଖାନ୍ନା ଶୁକ୍ରବାର ସୁଲତାନ୍‌ପୁରୀ ଥାନାରେ ଆତ୍ମସମର୍ପଣ କରିଛି । ଅଙ୍କୁଶକୁ ଶନିବାର ଜାମିନ ମିଳିଯାଇଛି । ବାକି ଅଭିଯୁକ୍ତ ପୁଲିସ ହାଜତରେ ଅଛନ୍ତି, ସେମାନଙ୍କୁ ଜେରା କରାଯାଉଛି । ଶୁକ୍ରବାର ସନ୍ଧ୍ୟାରେ ଦୁର୍ଘଟଣା ପୂର୍ବରୁ ଦୁଇଟି ଭିଡିଓ ସାମ୍ନାକୁ ଆସିଛି । ପ୍ରଥମ ଭିଡିଓରେ ଜଣେ ଯୁବକ ସ୍କୁଟି ଚଳାଉଥିବା ବେଳେ ଅଞ୍ଜଳି ଏବଂ ନିଧି ପଛରେ ବସିଥିବା ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ପୁଲିସ ସୂତ୍ରକୁ ଉଦ୍ଧାକରି ଶୁକ୍ରବାର ମିଡିଆ ରିପୋର୍ଟରେ କୁହାଯାଇଛି ଅଞ୍ଜଳିକୁ ଘୋଷାଡ଼ି ନେଉଥିବା ବେଳେ କାର୍‌ରେ ୫ ନୁହେଁ ୪ଜଣ ଅଭିଯୁକ୍ତ ଥିଲେ । ଦୀପକ ନାମକ ଅଭିଯୁକ୍ତ ଘରେ ଥିଲା । ମାତ୍ର ପୁଲିସର ପ୍ରାରମ୍ଭିକ ତଦନ୍ତ ବେଳେ କାର୍ ଚଳାଉଥିଲା ବୋଲି ସେ କହିଥିଲା । ପୁଲିସ ଜାନୁଆରୀ ୧ରେ ମନୋଜ ମିତ୍ତଲ, ଅମିତ ଖାନ୍ନା, କୃଷ୍ଣ, ମିଥୁନ ଏବଂ ଦୀପକ ଖାନ୍ନାଙ୍କୁ ଗିରଫ କରିଥିଲା । ର୍କୋ ସେମାନଙ୍କୁ ପୁଲିସ ହାଜତକୁ ପଠାଇ ଦେଇଥିଲେ । ତେବେ ଜାନୁଆରୀ ୫ ତାରିଖରେ ପୁଲିସ କହିଥିଲା ଏହି ମାମଲାରେ ଆଉ ଦୁଇଜଣ ସାମିଲ ଅଛନ୍ତି । ସେମାନେ ହେଲେ ଅଙ୍କୁଶ ଖାନ୍ନା ଓ ଆଶୁତୋଷ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking