28.1 C
Bhubaneswar
Saturday, April 27, 2024
Homeଓଡିଶାକରୋନା ରୋଗୀଙ୍କ ଶବ ସତ୍କାରକୁ ନେଇ ପୋଲିସ ଏବଂ ପ୍ରଶାସନକୁ ଆକ୍ରମଣ ଘଟଣାରେ ୬ ଜଣକୁ...

କରୋନା ରୋଗୀଙ୍କ ଶବ ସତ୍କାରକୁ ନେଇ ପୋଲିସ ଏବଂ ପ୍ରଶାସନକୁ ଆକ୍ରମଣ ଘଟଣାରେ ୬ ଜଣକୁ ଗିରଫ କରିଛି ଠାକୁରମୁଣ୍ଡା ପୋଲିସ

ମୟୁରଭଞ୍ଜ : ଗତ ୧୧ ତାରିଖ ଦିନ କରୋନାରୋଗୀଙ୍କ ଶବ ସତ୍କାରକୁ ନେଇ ପୋଲିସ ଏବଂ ପ୍ରଶାସନକୁ ଗ୍ରାମବାସୀଙ୍କ ଆକ୍ରମଣ ଘଟଣା। ସେହି ଘଟଣାକୁନେଇ ନିଜ ଆଡୁ ଏକ ମାମଲା ରୁଜ୍ଜୁ କରି ୬ ଜଣକୁ ଗିରଫ କରିଛି ଠାକୁରମୁଣ୍ଡା ପୋଲିସ । ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସୁନାରିପୋଷି ଗାଁରେ ଘଟିଥିଲା ଏହି ଅଭାନବୀୟ ଘଟଣା । ସୁନାରିପୋଷି ଗାଁ ନିକଟ ଜଙ୍ଗଲରେ ଅନ୍ୟ ଏକ ଗାଁର ଶବକୁ ନେଇ ପ୍ରଶାସନ ଓ ପୋଲିସ ସତ୍କାର ପାଇଁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ । ତେବେ ଆଜି ଠାକୁରମୁଣ୍ଡା ପୋଲିସ ପକ୍ଷରୁ ଆକ୍ରମଣକାରୀଙ୍କୁ ଗିରଫଦାରୀ ଆରମ୍ଭ ହଇଛି ।

ତେବେ ଘଟଣା ଦିନ ଠାକୁରମୁଣ୍ଡା ବିଡ଼ିଓ, ତହସିଲଦାର, ଥାନା ଅଧିକାରୀ ଓ କିଛି ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ମାତ୍ର ଉତ୍ତ୍ୟକ୍ତ ଗ୍ରାମବାସୀ ଠାକୁରମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଠେଙ୍ଗାବାଡ଼ି ଧରି ସଙ୍ଘବୋଧ ଆକ୍ରମଣ କରିଥିଲେ । ଯାହା ଫଳରେ ଦୁଇଜଣ ପୋଲିସ କନେଷ୍ଟବଳ ଏବଂ ଠାକୁରମୁଣ୍ଡା ମେଡ଼ିକାଲ ଅଫିସର ଆହତ ହଇଥିବା ସୂଚନା । ତେବେ ଏନେଇ ଠାକୁରମୁଣ୍ଡା ଥାନା ଅଧିକାରୀ ନିଜଆଡୁ ମାମଲା ରୁଜ୍ଜୁ କରି ଏବେ ଗିରଫଦାରୀ ଆରମ୍ଭ କରି ସଂପୃକ୍ତ ଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking