28.9 C
Bhubaneswar
Sunday, May 5, 2024
Homeଓଡିଶାଅବକାରୀ ବିଭାଗର ଚଢ଼ାଉ ୫୪ ଲି ବିୟର,୩୯ ଲି ବିଦେଶୀମଦ,୮ଲି ଦେଶୀ ମଦଜବତ ସହ ୩...

ଅବକାରୀ ବିଭାଗର ଚଢ଼ାଉ ୫୪ ଲି ବିୟର,୩୯ ଲି ବିଦେଶୀମଦ,୮ଲି ଦେଶୀ ମଦଜବତ ସହ ୩ ଅଟକ

ମୟୂରଭଞ୍ଜ : କରୋନା ମହାମାରୀ ମଧ୍ୟବିତ୍ତ, ଗରିବ ଲୋକମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ପରିସ୍ଥିତି ସୃଷ୍ଟି କରିଛି। କରୋନାର ଜଟିଳତା ଅପେକ୍ଷା ଜୀବିକାକୁନେଇ ଭୋକର ଭୂଗୋଳ ବଳି ଯାଉଛି।ତେବେ କାୟବିସ୍ତାର କରୁଥିବା କରୋନା ସଂକ୍ରମଣ ରୋକିବା ଲକ୍ଷ୍ୟରେ ଏକମାତ୍ର ବିକଳ୍ପ ଭାବେ ରାଜ୍ୟ ସରକାର ଲକଡାଉନ୍ କରିଛନ୍ତି । ହେଲେ ଲକଡାଉନ୍ ମଦ ମାଫିଆଙ୍କୁ ସୁହାଇବା ସହିତ କଳାବଜାରୀ କରି ମୋଟା ଅଙ୍କରଟଙ୍କା ରୋଜଗାର କରିବାର ସୁଯୋଗ ଆଣିଦେଇଛି। ଏହି ସୁଯୋଗ ହାତଛଡା ନ କରି ତାଙ୍କର କଳା କାରବାରର ସାମ୍ରାଜ୍ୟ ବଢ଼ାଇ ଚାଲିଛନ୍ତି । ଏବେ ସମସ୍ତଙ୍କ ବେପାର ମାନ୍ଦା ଚାଲିଥିବା ବେଳେ ଏମାନଙ୍କ ବେପାର କିନ୍ତୁ ମାଲେମାଲ କରୁଛି । ଲକଡାଉନ ଯୋଗୁଁ ରାସ୍ତାଘାଟ ଶୂନଶାନ।

ଏସୁଯୋଗରେ ବଡ଼ ବଡ଼ ମଦ ମାଫିଆମାନେ ଛୋଟ ଛୋଟ ଖୁଚୁରା ବେପାରୀଙ୍କ ମାଧ୍ୟମରେ ଗାଁ ଗଣ୍ଡା ଠୁ ଆରମ୍ଭ କରି ରାସ୍ତାପାର୍ଶ୍ବ କେବିନକୁ ମାଲ ପଠାଇ ଦୁଇଗୁଣ ଚଢା ଦରରେ ବିକି ମାଲେମାଲ ହେବା ବାଟ ଆପଣେଇଛନ୍ତି । କିଛି ବେକାର ଯୁବକ ମଧ୍ୟ କାମଧନ୍ଦା ନ ପାଇ ଘରେ ବସିବା ଅପେକ୍ଷା ରୋଜଗାର କରିବା ପାଇଁ ମଦ ମାଫିଆଙ୍କଠାରୁ ମଦ କିଣି ପୁଣି ଚଢା ଦରରେ ବିକି ଭଲ ଦୁଇ ପଇସା କମାଉଛନ୍ତି । କିନ୍ତୁ ଏହି ସୁଯୋଗରେ ଅଧିକ ରୋଜଗାର କରିବା ନିଶାରେ ଅସାଧୁ ମଦ ବ୍ୟବସାୟୀ ନକଲି ବିଦେଶୀମଦ ପ୍ରସ୍ତୁତ କରି ବିକ୍ରି କରିବା ପାଇଁ ଆଗେଇ ଆସିଛନ୍ତି ।

ଯାହାକି ନକଲି ବିଷାକ୍ତମଦ ଖାଇ ମରଣମୁହଁକୁ ଠେଲି ହୋଇ ଯାଉଥିବା ଲକ୍ଷ୍ୟ କରାଯାଉଛି। ତେବେ ଏଭଳି ପରିସ୍ଥିତି ଏବେ ସାରା ମୟୂରଭଞ୍ଜ ଜିଲ୍ଲାରେ ଲାଗିରହିଥିବା ବେଳେ ଏହାକୁ ଦୃଢ଼ହସ୍ତରେ ଦମନ କରାଯିବାର ଆବଶ୍ୟକତା ଥିଲେ ମଧ୍ୟ ସବୁ ଜାଣି ଅଜଣା ପ୍ରଶାସନ। ସେହିଭଳି ପୋଡ଼ାଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଚୋରାବାଟ ଦେଇ ଦୈନିକ ହଜାର ହଜାର ଲିଟର ଦେଶୀମଦ ଆସି ବିକ୍ରି ହେଉଛି। କିନ୍ତୁ ସୀମାନ୍ତରେ ଥିବା ସମସ୍ତ ବାଟ ଅବାଟ ଜଗିଛି ପୋଲିସ। ତେବେ ଆଜି ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ସହରରେ ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ହୋଇ ଜବତ ହୋଇଛି ବିପୁଳ ଦେଶୀ ବିଦେଶୀ ମଦ। ଅବକାରୀ ବିଭାଗ କୌଣସି ସୂତ୍ରରୁ ବେଆଇନ ମଦ ବିକ୍ରୀ ହେଉଥିବା ଖବରପାଇଥିଲା ।

ରାଇରଙ୍ଗପୁର ଅବକାରୀ ବିଭାଗ ଓଆଇସି ହରିହର ସିଂଙ୍କ ନେତୃତ୍ବରେ ସାଥୀ କର୍ମଚାରୀଙ୍କ ସହ ରାଇରଙ୍ଗପୁର ସହର ବିଭିନ୍ନ ସ୍ଥାନ ସାଙ୍ଗକୁ ରାସ୍ତାକଡ କେବିନ ଉପରେ ଚଢାଉ କରି ବ୍ଯାପକ ମଦ ଜବତ କରାଯାଇଥିବା ଜଣାପଡିଛି । ରାଇରଙ୍ଗପୁର ସହରର କଲେଜ ଛକ ନିକଟସ୍ଥ ମଳୟ ବସନ୍ତ ଦାସଙ୍କ ଏକ ଗୁମୁଟିରୁ ୩୦.୭୮ ଲି ବିଦେଶୀ ମଦ, ୪୬ .୮ଲି ବିୟର ଜବତ ହୋଇଛି ।
ସେହିଭଳି ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ କଣ୍ଟାବଣି ଗ୍ରାମର ଉଜ୍ବଳ ଘୁନିଆଙ୍କଠାରୁ ‌୭.୮ ଲି ବିୟର ଏବଂ ୮ଲି ଦେଶୀମଦ ଜବତ ହୋଇଥିବା ବେଳେ ବାଇଦାପୋଷୀ ଗ୍ରାମର ଲକ୍ଷ୍ମଣ ବାରିକଙ୍କଠରୁ ୮.୬ ଲି ବିଦେଶୀମଦ ଜବତ କରିଛି ଅବକାରୀ ବିଭାଗ । ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଅବକାରୀ ଅଫିସରେ ଅଟକ ରଖାଯାଇ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking