30.1 C
Bhubaneswar
Saturday, May 4, 2024
Homeସ୍ୱାସ୍ଥ୍ୟଓଜନ ହ୍ରାସ ପାଇଁ କାକୁଡ଼ିର ଉପକାରିତା

ଓଜନ ହ୍ରାସ ପାଇଁ କାକୁଡ଼ିର ଉପକାରିତା

ଭୁବନେଶ୍ୱର:  ଶରୀରର ମୋଟାପଣ କେବଳ ବ୍ୟକ୍ତିର ସୌନ୍ଦର୍ଯ୍ୟ ଖରାପ୍ କରି ନଥାଏ ନାହିଁ ବରଂ ଅନେକ ରୋଗର କାରଣ ମଧ୍ୟ ସାଜିଥାଏ । ତେଣୁ ଓଜନ କମାଇବା ପାଇଁ ବିଶେଷଜ୍ଞମାନେ ବିଭିନ୍ନ ପ୍ରକାରର ଖାଦ୍ୟ ଅନୁସରଣ କରିବାକୁ ପରାମର୍ଶ ଦେଇଥାନ୍ତି । ଯେଉଁଥିରେ କାକୁଡି ମଧ୍ୟ ଅନ୍ତର୍ଭୁକ୍ତ । ତେବେ କାକୁଡି ଡାଏଟ୍ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଆସନ୍ତୁ ସେ ବିଷୟରେ ଜାଣିବା :-

ଓଜନ କମ୍ କରିବାରେ କାକୁଡି ଅନେକ ମାତ୍ରାରେ ସାହାଯ୍ୟ କରିଥାଏ । ଏହି ଡାଏଟ୍ କୁ ଅନୁସରଣ କରୁଥୁବା ଲୋକମାନେ ଅତି ସହଜରେ ୭ ରୁ ୧୪ ଦିନ ମଧ୍ୟରେ ୭ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ହ୍ରାସ କରିଥାନ୍ତି । ଏହି ଡାଏଟ୍ ରେ କାକୁଡି ତୁଳନାରେ ଅନ୍ୟ ଫଳ ଏବଂ ପନିପରିବାକୁ ସର୍ବନିମ୍ନ ସ୍ତରରେ ରଖିବାକୁ ପରାମର୍ଶ ଦିଆଯାଇଥାଏ । ଉଦାହରଣ ସ୍ୱରୂପ, ଏହି ଖାଦ୍ୟରେ ମୁଖ୍ୟତଃ କିଛି ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଯଥା ଅଣ୍ଡା, ଚିକେନ୍, ମାଛ ଏବଂ ବାଦାମ ସାମିଲ କରାଯାଇଥାଏ ।

କାକୁଡି କମ୍ କ୍ୟାଲୋରୀ ଥିବା ହେତୁ ଏହା ଜଣେ ବ୍ୟକ୍ତିଙ୍କୁ କିଛି ସମୟ ପାଇଁ ଓଜନ ହ୍ରାସ କରିପାରେ, କିନ୍ତୁ ଯେମିତି ବ୍ୟକ୍ତି ନିଜର ପୁରୁଣା ଡାଏଟ୍ ଅନୁସରଣ କରିବା ଆରମ୍ଭ କରେ, ତା’ର ଓଜନ ମଧ୍ୟ ପୁଣି ବଢିଯାଇଥାଏ । ତେଣୁ, ବଢୁଥିବା ଓଜନକୁ ନିୟନ୍ତ୍ରଣ କରିବା କିମ୍ବା କମାଇବା ସହିତ ନିଜ ସ୍ୱାସ୍ଥ୍ୟକୁ ମଧ୍ୟ ଆହୁରି ଉନ୍ନତ ରଖିବା ପାଇଁ, ଆପଣଙ୍କ ଖାଦ୍ୟରେ ବିଭିନ୍ନ ପ୍ରକାରର ଖାଦ୍ୟ ଅନ୍ତର୍ଭୁକ୍ତ କରନ୍ତୁ ।

ତେବେ କାକୁଡି ଡାଏଟ୍ ର ସବୁଠାରୁ ବଡ ଅସୁବିଧା ହେଉଛି କାକୁଡିରେ ବହୁତ କମ୍ ପରିମାଣର ପୋଷକ ତତ୍ତ୍ୱ ରହିଥାଏ। ଯାହା ଶରୀର ପାଇଁ ଯଥେଷ୍ଟ ହୋଇନଥାଏ ଏବଂ ଦୀର୍ଘ ଦିନ ଧରି ଏହିପରି ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଶରୀରରେ ପୁଷ୍ଟିକର ଅଭାବ ଏବଂ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେଇଥାଏ। ତେବେ ଶରୀରରେ ପୋଷକତତ୍ୱ ଅଭାବ କାରଣରୁ ଜଣେ ବ୍ୟକ୍ତି ମଧ୍ୟରେ ଚିଡିଚିଡାପଣ, ଥକାପଣ, ଏପରିକି ଉଦାସୀନତା ମଧ୍ୟ ଦେଖାଦେଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking