29.1 C
Bhubaneswar
Sunday, May 5, 2024
Homeଓଡିଶାପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ ; ରେଗୁଲାରରେ ୯୭.୮୯ ପ୍ରତିଶତ ପାସ୍

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ ; ରେଗୁଲାରରେ ୯୭.୮୯ ପ୍ରତିଶତ ପାସ୍

କଟକ: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । କଟକ ବୋର୍ଡ ଅଫିସରେ ରେଜଲ୍ଟ ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ପ୍ରଥମଥର ପାଇଁ ବିନା ପରୀକ୍ଷାରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି । ତେବେ ଚଳିତ ଥର ମାଟ୍ରିକରେ ପାସ୍ ହାର ୯୭.୮୯ ପ୍ରତିଶତ ରହିଛି । ସାମ୍ବାଦିକ ସମ୍ମିଳନୀରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ପ୍ରଦାନ କରିଛନ୍ତି । ମୋଟ ୫୭୪୧୨୫ ପିଲାଙ୍କ ମଧ୍ୟରୁ ୫୬୨୦୧୦ ପିଲା ପାସ କରିଛନ୍ତି । ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ସୂଚନା ରହିଛି । ୪୪୧୨ ପିଲା ଅନୁପସ୍ଥିତ ଥିବା ବେଳେ ୨୨୫୬ ପିଲାଙ୍କ ମାର୍କ ଦେଇନି ସ୍କୁଲ । ଏ୧ରେ ୨୬୫୬ ଥିବା ବେଳେ ଏ୨ରେ ୨୨,୧୩୧, ବି୧ରେ ୫୨୧୯୯, ବି୨ ଗ୍ରେଡରେ ୯୪୪୭୫ ପିଲା ପାସ କରିଛନ୍ତି । ୫୯୪୫ ସ୍କୁଲରେ ଶତ ପ୍ରତିଶତ ପିଲା ପାସ୍ କରିଛନ୍ତି । ଏଥର କୌଣସି ସ୍କୁଲ ଶୂନ୍ୟ ରେଜଲ୍ଟ କରିନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଏକ୍ସରେଗୁଲାରରେ ୫୩୨୭୯ ପିଲାଙ୍କ ମଧ୍ୟରୁ ୪୭୦୬୦ ପାସ୍ କରିଛନ୍ତି । ଏକ୍ସରେଗୁଲାରରେ ପାସ୍ ହାର ୮୮.୩୦ ପ୍ରତିଶତ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking