38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଦୁନିଆର ରହସ୍ୟମୟ ଦ୍ୱୀପ, ଯେଉଁଠି ବର୍ଷରେ ଥରେ ହିଁ ଯାଆନ୍ତି ଲୋକେ

ଦୁନିଆର ରହସ୍ୟମୟ ଦ୍ୱୀପ, ଯେଉଁଠି ବର୍ଷରେ ଥରେ ହିଁ ଯାଆନ୍ତି ଲୋକେ

ନୂଆଦିଲ୍ଲୀ: ଆଜି ଆମେ ଆଇନହାଲୋ ଦ୍ୱୀପ  ବିଷୟରେ ଜାଣିବା, ଯାହା ସ୍କଟ ଲାଣ୍ଡରେ ଅବସ୍ଥିତ । ହାର୍ଟ ଆକାରର ଏହି ଦ୍ୱୀପ ଏତେ ଛୋଟ ଯେ, ମାନଚିତ୍ରରେ ବି ଏହାକୁ ଖୋଜିବା କଷ୍ଟକର । ଆଇନହାଲୋ ଆଇଲାଣ୍ଡକୁ ନେଇ ଅନେକ ପ୍ରକାରର ରହସ୍ୟମୟ କାହାଣୀ ବି ପ୍ରଚଳିତ । ଏଠାରେ ଭୂତ ପ୍ରେତଙ୍କ ସମେତ ସୈତାନ ଶକ୍ତି ବି ରହିଥିବା  ମାନ୍ୟତା ରହିଛି । ତେବେ ଏହା ଏତେ ଶକ୍ତିଶାଳୀ ଯେ, ଯଦି ଏଠାକୁ କିଏ ଏକା କିମ୍ବା ଅଳ୍ପ ଗୋଷ୍ଠୀ ହୋଇ ଆସନ୍ତି, ତେବେ ସେମାନେ ଗାୟବ ହୋଇଯାଆନ୍ତି । ସ୍କଟଲାଣ୍ଡରେ ବିଶେଷ କରି ଅର୍କେନ ଲୋକଙ୍କ ମଧ୍ୟରେ ଏମିତି ମାନ୍ୟତା ପ୍ରଚଳିତ ଅଛି ଯେ, ଯଦି କୌଣସି ବ୍ୟକ୍ତି ଏହି ଦ୍ୱୀପକୁ ଆସିବାକୁ ଚେଷ୍ଟା କରେ, ତେବେ ଖରାପ ଶକ୍ତି ଏହି ଦ୍ୱୀପକୁ ଗାୟବ କରିଦିଅନ୍ତି ।  ଖାଲି ଏତିକି ନୁହେଁ, ଏହା ମଧ୍ୟ କୁହାଯାଏଏହି ଦୀପରେ ଜଳପରି ରୁହନ୍ତି । ଯିଏ ଖରାଦିନେ ପାଣି ପିଇବା ପାଇଁ ବାହାରକୁ ବାହାରନ୍ତି । ସ୍କଟଲାଣ୍ଡର ହାଇଲ୍ୟାଣ୍ଡସ ବିଶ୍ୱବିଦ୍ୟାଳୟର ପ୍ରଫେସର ଡେନ ଲି ଙ୍କ କହିବାନୁସାରେ, ଏହି ।ଇଲାଣ୍ଡରେ ହଜାର ବର୍ଷ ପୂର୍ବରୁ ଲୋକେ ବସବାସ କରୁଥିଲେ । ହେଲେ ୧୮୫୧ରେ ସେଠାରେ ପ୍ଲେଗ ରୋଗ ବ୍ୟାପିଥିଲା । ଯେଉଁଥିପାଇଁ ସେଠାରେ ରହୁଥିବା ଲୋକେ ଦ୍ୱିପ ଛାଡି ଚାଲି ଯାଇଥିଲେ । ଏବେ ସେହି ଦୀପ ସଂପୂର୍ଣ୍ଣ ରୂପେ ବିରାମ ପଡିଛି । ସେଠାରେ ପୁରୁଣା ଅଟ୍ଟାଳିକାର ଧ୍ୱଂସାବଶେଷ ବି ଦେଖିବାକୁ ମିଳିଛି । ଆଇନହାଲୋ ଦ୍ୱୀପ କେବେ ସୃଷ୍ଟି ହୋଇଚି ତାର ତଥ୍ୟା କାହା ପାଖରେ ନାହିଁ । ପ୍ରତ୍ନତତ୍ୱବିତ କୁହନ୍ତି ଏହି ଦ୍ୱୀପ ଗବେଷଣା ଯୋଗ୍ୟ । ଯଦି ଏହା ଉପରେ ଗବେଷଣା କରାଯିବ, ତେବେ ଇତିହାସର ଅନେକ ରହସ୍ୟ ଖୋଲିଯିବ । ଯାହାକୁ ଜାଣିବା ପରେ ସମସ୍ତେ ଚକିତ ହୋଇ ରହିଯିବେ । ଆଇନହାଲୋ ପ୍ରତି ପର୍ଯ୍ୟଟକଙ୍କ ଆକର୍ଷଣ ଦେଖି ଆକର୍ନେ ଦ୍ୱୀପର ଏକ ସୋସାଇଟି ଏକ ପଦକ୍ଷେପ ନେଇଥିଲା । ସେମାନେ ପ୍ରତିବର୍ଷ ଖରାଦିନେ ଗୋଟିଏ ଦିନ ପାଇଁ ପର୍ଯ୍ୟଟକଙ୍କୁ ଏଠାକୁ ନେଇ ଆସନ୍ତି । ଏଥିପାଇଁ ଲୋକେ ପୂର୍ବରୁ ସବୁ ପ୍ରସ୍ତୁତି କରିଥାନ୍ତି । ପାଗକୁ ଦୃଷ୍ଟିରେ ରଖି ସମୁଦ୍ରବୁଡାଳୀ ବି ପ୍ରସ୍ତୁତ ରୁହନ୍ତି । କାରଣ ଯଦି କିଛି ଦୁର୍ଘଟଣା ଘଟେ ତେବେ ତାଙ୍କୁ ଉଦ୍ଧାର କରିହେବ । ଆଇନହାଲୋ ଦ୍ୱୀପ ଆର୍କେନ ଆଇଲାଣ୍ଡରୁ ପ୍ରାୟ ୫୦୦ ମିଟର ଦୂରରେ ଅବସ୍ଥିତ । ଯେଉଁଠି ଲୋକେ ରୁହନ୍ତି । ହେଲେ ସବୁ ପରେ ବି ଆଇନହାଲୋ ଦ୍ୱୀପକୁ ଯିବା ଏତେ ସହଜ ନୁହେଁ । ଏମିତିକି ଡଙ୍ଗା ସାହାଯ୍ୟରେ ସେଠାରେ ପହଂଚିବା ସମ୍ଭବ ନୁହେଁ । କାରଣ ସେଠାରେ ପ୍ରବାହିତ ହେଉଥିବା ନଦୀରେ ଏତେ ମାତ୍ରାରେ ଜୁଆର ଭଟ୍ଟା ଆସେ , ତାହା ରାସ୍ତା ହିଁ ରୋକି ଦିଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking