39.1 C
Bhubaneswar
Friday, April 26, 2024
Homeଓଡିଶାମାଟ୍ରିକ ଖାତା ମୂଲ୍ୟାୟନ ଆଜି ଠାରୁ

ମାଟ୍ରିକ ଖାତା ମୂଲ୍ୟାୟନ ଆଜି ଠାରୁ

ଭୁବନେଶ୍ୱର : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆଜିଠାରୁ ମାଟ୍ରିକ ପରୀକ୍ଷାର ଖାତାଦେଖା ଆରମ୍ଭ ହେବ । ତେବେ ଖାତା ଦେଖା ସମୟରେ କରୋନା ସତର୍କତା ଅବଲମ୍ବନ ପାଇଁ ବୋର୍ଡ କର୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ୬୧ଟି କେନ୍ଦ୍ରରେ ୧୬ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ୩ଟି ସିପ୍ଟରେ ଖାତା ଦେଖିବେ । ପୂର୍ବାହ୍ଣ ସାଢ଼େ ୮ଟାରୁ ଖାତା ଦେଖା କାର୍ଯ୍ୟ ଆରମ୍ଭ ହେବ । ଅବଜେକ୍ଟିଭ ଗୋଟିଏ ୟୁନିଟରେ ୨୫ଜଣ ଏବଂ ସବଜେକ୍ଟିଭ ନିମନ୍ତେ ୧୨ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିବେ । ପ୍ରଥମ ସିପ୍ଟ ସକାଳ ସାଢ଼େ ୮ଟାରୁ ୨ଟା ୩୦ମି, ଦ୍ୱିତୀୟ ସିଫ୍ଟ ୯ଟା ୩୦ ମନିଟିରୁ ସାଢ଼େ ୩ଟା ଓ ତୃତୀୟ ସିଫ୍ଟ ୧୦ଟା ୩୦ମିନିଟରୁ ସାଢ଼େ ୪ଟା ପର୍ଯ୍ୟନ୍ତ ଖାତାଦେଖା ଜାରିରହିବ । ଏ ସମ୍ପର୍କରେ ବୋର୍ଡ଼ ସଭାପତି ରାମାଶିଷ ହାଜରା କହଛିନ୍ତି ଯେ, ଖାତା ଦେଖାରେ ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ୩ଟି ସିଫ୍ଟର ବ୍ୟବସା୍ଥ କରାଯାଇଛି । ଖାତା ଦେଖା କାର୍ଯ୍ୟକୁ ସ୍ୱଚ୍ଛ ଓ ନଭିର୍ଲୁ କରବିା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଅନ୍ୟପକ୍ଷରେ ଖାତା ଦେଖା ପ୍ରକ୍ରିୟାରେ କରୋନା ସତର୍କତାକୁ ମଧ୍ୟ କଡା଼କଡ଼ି ଭାବେ ପାଳନ କରାଯବି । ଏଥିପ୍ରତ୍ରି ବୋର୍ଡ ପକ୍ଷରୁ ବେିଶଷ ଦୃଷ୍ଟି ଦିଆଯାଇଛି । ଖାତାଦେଖା କେନ୍ଦ୍ର ଗୁଡ଼ିକିରେ ଖାତା ଦେଖିବା ପବୂର୍ର ଶିକ୍ଷକ ଶିକ୍ଷୟିତ୍ରୀମାନେ ସାବନୁରେ ହାତକୁ ପରିସ୍କାର କରି ଧୋଇବା ସହ ଖାତା ଦେଖିବାରେ ବ୍ୟବହୃତ ଟେବଲୁ ଓ ଚୌକିକୁ ସାନିଟାଇଜରରେ ସଫା କରିବାକୁ ବୋର୍ଡ଼ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଖାତା ଦେଖୁଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଅତି କମରେ ୨ମିଟର ଦୂରତା ରକ୍ଷା କରିବା ପାଇ କୁହାଯାଇଛି । ଚଳତି ବର୍ଷ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ତେବେ ଖାତାଦେଖା କାର୍ଯ୍ୟ ପୂର୍ବରୁ ୧୦ଦିନରେ ଶେଷ ହୋଇ ଯାଉଥିବାବେଳେ ଓଏମଆଇ ବ୍ୟବସ୍ଥା ଉଠିଯିବା ପରେ ଚଳତି ବଷ ର୍ଆଉ ଅଧତ୍କ ଦନି ସମୟ ଲାଗିବାର ସମ୍ଭାବନା ରହଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking