32.1 C
Bhubaneswar
Thursday, March 28, 2024
Homeକରୋନାସାଉଦି ଆରବରୁ ଫେରି ଆଇସୋଲେସନରେ ଅଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ

ସାଉଦି ଆରବରୁ ଫେରି ଆଇସୋଲେସନରେ ଅଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ

ନୂଆଦିଲ୍ଲୀ: କୋରୋନା ଆତଙ୍କରେ ଆତଙ୍କିତ ସାରା ବିଶ୍ୱ । ଭାରତରେ କାୟା ବିସ୍ତାର କରିଛି କରୋନା । ଏବେ କୋରୋନା ମୁକାବିଲା ପାଇଁ ସାରା ବିଶ୍ୱ ଲଢ଼େଇ କରୁଛି । କେନ୍ଦ୍ର ସରକାରଙ୍କ ଅନେକ ପଦକ୍ଷେପ ସତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।
ଗତକାଲି ପୁରୀ ଗଜପତି ଦିବ୍ୟସିଂ ଏବଂ ଓଇଝ ଆର୍.ଭିନିଲକ୍ରିଷ୍ଣା ବିଦେଶରୁ ଫେରି୧୪ ଦିନ ଯାଏ ହୋମ୍ କ୍ୱାରେଣ୍ଟାଇନରେ ରହିଥିବାବେଳେ ଆଜି ସାଉଦି ଆରବରୁ ଫେରିବା ପରେ ସ୍ବଇଚ୍ଛାରେ ଆଇସୋଲେସନରେ ଅଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ । ରକ୍ତ ନମୂନା ରିପୋର୍ଟ ନେଗେଟିଭ୍ ଆସିଥଲେ ବି ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ସେ ୧୪ ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ସୁରେଶ ପ୍ରଭୁ ମାର୍ଚ୍ଚ ୧୦ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସାଉଦି ଆରବ ଯାଇଥିଲେ ଏବଂ ଫେରିବା ପରେ କରୋନା ଭାଇରସ୍ ଟେଷ୍ଟ କରିଥିଲେ । ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଛି । ଏହା ସହିତ ଏକାଧିକ ବଲିଉଡ୍ ଷ୍ଟାର ଆଇସୋଲେସନରେ ରହିଥିବା ନେଇ ସୂଚନା ଦେଇଛନ୍ତି ।
https://onakhabar.com/2020/03/17/gajapati-maharaj-say-me-andamy-family-fine/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking