28.1 C
Bhubaneswar
Sunday, April 28, 2024
Homeଓଡିଶାପଞ୍ଚଭୂତରେ ଲୀନ ହେଲେ ଶହୀଦ ସୀତାରାମ

ପଞ୍ଚଭୂତରେ ଲୀନ ହେଲେ ଶହୀଦ ସୀତାରାମ

ମୟୂରଭଞ୍ଜ : ପଞ୍ଚଭୂତରେ ଲୀନହେଲେ ସହିଦ ସୀତାରାମ ମୂର୍ମୁ । ଆଜି ତାଙ୍କର ପୈତୃକ ଗ୍ରାମ ମୁକ୍ତାଝରି ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ ହଇଛି । ଆଜି ସାକାଳୁ ସକାଳୁ ଶହୀଦ ସୀତାରାମଙ୍କ ମରଶରୀର ପୈତୃକ ଗ୍ରାମରେ ପହଞ୍ଚି ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଶହୀଦଙ୍କ ମରଶରୀରକୁ ଅସମ୍ମାନ ପ୍ରଦର୍ଶନ କରିଥିବା ଅଭିଯୋଗ କରି ମରଶରୀର ଗ୍ରହଣ କରିନଥିଲେ ପରିବାର ଲୋକେ । ସୀତାରାମଙ୍କୁ ସହିଦ ଘୋଷଣା ସହିତ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦେବାପାଇଁ ଦାବି କରିଥିଲେ ।

ତେବେ ଘଟଣାସ୍ଥଳରେ ମୟୁରଭଂଜ ଆରକ୍ଷୀ ଅଧିକ୍ଷକ ହୁର୍ସିକେଶ ଖିଲାରୀ ,କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସମେତ ଠାକୁରମୁଣ୍ଡା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାର ଉପସ୍ଥିତ ରହି ପରିବାର ବର୍ଗଙ୍କ ସହିତ ଆଲୋଚନା ପରେ ଦିନ ୧୨.୪୫ମିନିଟରେ ଶହୀଦ ସୀତାରାମଙ୍କ ମରଶରୀର ଗ୍ରହଣ କରିଥିଲେ ପରିବାର। ପରେ ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟର ରୀତିନୀତି ଅନୁଯାୟୀ କର୍ମ କରି ତାଙ୍କ ପୈତୃକ ଘରକୁ ନେଇଥିଲେ । ତେବେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହଇଥିଲା ଗ୍ରାମବାସୀ ତଥା ଆତ୍ମୀୟସ୍ବଜନଙ୍କ ଶେଷଦର୍ଶନ ପରେ ଗାଁ ମଶାଣୀକୁ ଏକ ବିରାଟ ପଟୁଆରେରେ ସହିଦ ସୀତାରାମ ଅମର ରହେ..ଭାରତ ମାତାକି ଜୟ ନାରାରରେ ଗାଁ ଦାଣ୍ଡ ପ୍ରକମ୍ପିତ ହଇ ଉଠୁଥିଲା ।ତେବେ ଏପରି ଏକ ଶୋକାକୁଳ ପରିବେଶ ଭିତରେ ଗାଁ ମଶାଣିରେ ୧.୧୫ ମିନିଟ ସମୟରେ ସୀତାରାମଙ୍କ ପୁଅ ଆଲୋକ ମୁର୍ମୁ ଜୁଇରେ ନିଆଁ ଲଗାଇ ବାପାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ତେବେ ସହିଦ ସୀତାରାମ ମୂର୍ମୁ ଗାଁ ମାଟିରେ ଆଜି ପଞ୍ଚଭୂତରେ ସବୁଦିନ ପାଇଁ ଲୀନ ହଇ ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking