29.1 C
Bhubaneswar
Saturday, April 27, 2024
Homeଓଡିଶାଲକଡାଉନ ସମୟରେ ଟାଉନ ଥାନା ପରିସରରେ ଆଦର୍ଶ ବିବାହ ସଂପର୍ଣ୍ଣ

ଲକଡାଉନ ସମୟରେ ଟାଉନ ଥାନା ପରିସରରେ ଆଦର୍ଶ ବିବାହ ସଂପର୍ଣ୍ଣ

ବରଗଡ : କରୋନା ସଂକ୍ରମଣ ରୋକିବା ନେଇ ସାମାଜିକ ଦୂରତାକୁ ବିଶେଷ ଭାବରେ ଗୁରୁତ୍ୱ ଦିଆଯାଉଥିବା ସହ ବର୍ତମାନ ସମୟରେ ସମଗ୍ର ଦେଶରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ସଭାସମିତି ଆୟୋଜନରେ କଟକଣା ଜାରି କରାଯାଇଛି । ସେହିପରି ସରକାର ସମଗ୍ର ଦେଶକୁ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରି ଜରୁରୀ କାମ ନ ହେଲେ ଘରୁ ନ ବାହାରିବାକୁ କୁହାଯାଇଛି । ଏପରିସ୍ଥିତିରେ ବରଗଡ଼ ଟାଉନ ଥାନା ପରିସରରେ ଏକ ଆଦର୍ଶ ବିବାହ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଲବାର ଅନୁଷ୍ଠିତ ଏହି ବିବାହରେ ପୁଅ ଝିଅକୁ ମଙ୍ଗଳସୂତ୍ର ପିନ୍ଧାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଲକଡାଉନ ଯୋଗୁଁ ଜୀବନଯାତ୍ରା ଠପ୍ ହୋଇପଡିଥିବା ବେଳେ ମଙ୍ଗଲବାର ବରଗଡ଼ ଟାଉନ ଥାନାରେ ଅନୁଷ୍ଠିତ ହୋଇଛି ଏକ ନିରାଡମ୍ବର ଆଦର୍ଶ ବିବାହ । ବରଗଡ଼ ନଦୀପଡ଼ାର ପବିତ୍ର ସାହୁ ଏବଂ ଅମ୍ବାପାଲିର ଲକ୍ଷ୍ମୀ ମେହେର ଟାଉନ ଥାନା ପରିସରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏ ଅବସରରେ ବରଗଡ଼ର ଅତିରିକ୍ତ ଏସପି ଅମରେନ୍ଦ୍ର ରଣା, ଟାଉନ ଥାନ ଅଧିକାରୀ ସଦାନନ୍ଦ ପୂଜାହାରୀ ଉପସ୍ଥିତ ଥିବା ବେଳେ ସମସ୍ତଙ୍କ ଉପସ୍ଥିତିରେ ପବିତ ୍ର ଲକ୍ଷ୍ମୀଙ୍କୁ ମଙ୍ଗଳସୂତ୍ର ପିନ୍ଧାଇ ପତ୍ନୀ ରୂପେ ଗ୍ରହଣ କରିଥିଲେ ଏବଂ ଟାଉନ ଥାନା ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇଥିଲେ । ବିବାହ ପୂର୍ବରୁ ଉଭୟ ପବିତ୍ର ଏବଂ ଲକ୍ଷ୍ମୀଙ୍କ ସମେତ ଉପସ୍ଥିତ ସାମାଜିକ କର୍ମୀଙ୍କ ହାତ ସାନିଟାଇଜର ଦ୍ୱାରା ହାତ ସଫା କରାଯାଇଥିଲା । ଅପରପକ୍ଷେ ଲକଡାଉନ ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଯୋଗୁଁ ଏହି ବିବାହ ଉତ୍ସବ ପାଇଁ ଫୁଲମାଲ କି ମିଠା ଯୋଗାଡ ହୋଇପାରି ନ ଥିବା ବେଳେ ଟାଉନ ଥାନା ପରିସରରେ ନବଦମ୍ପତିଙ୍କ ସମେତ ସମସ୍ତଙ୍କୁ ଗୋଟିଏ ଲେଖାଏଁ ବିସ୍କୁଟ ପେକେଟ ଦିଆଯାଇଥିଲା । ବିବାହ ପରେ ମିଠା ବଦଳରେ ଉକ୍ତ ବିସ୍କୁଟକୁ ଉଭୟ ପତିପତ୍ନୀ ପରସ୍ପରକୁ ଖୁଆଇଥିଲେ । ଅନୁରୂପ ଭାବରେ ଟାଉନ ଥାନା ତରଫରୁ ନବଦମ୍ପତିଙ୍କୁ ଗୋଟିଏ ମାସ୍କ ଏବଂ ସାବୁନ ପ୍ରଦାନ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking