30.1 C
Bhubaneswar
Sunday, May 5, 2024
Homeଅପରାଧଦୁର୍ଦ୍ଧାନ୍ତ ମାଓବାଦୀଙ୍କ ସମେତ ୮ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ଦୁର୍ଦ୍ଧାନ୍ତ ମାଓବାଦୀଙ୍କ ସମେତ ୮ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗରି : ମାଲକାନଗିରି ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଆଜି ଜଣେ ଦୁର୍ଦ୍ଧାନ୍ତ ମାଓବାଦୀଙ୍କ ସମେତ ଅନ୍ୟ ୭ ଜଣ ମିଲିସିଆ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି । ଦୁର୍ଦ୍ଧାନ୍ତ ମାଓବାଦୀ ସାମ୍ବା ଖରା ପାର୍ଟି ମେମ୍ବର ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ଘର ସ୍ୱାଭିମାନ ଅଂଚଳର ପାପରମେଟଲା ଥାନା ଅନ୍ତର୍ଗତ ଲୁଛାପାଣି ଗ୍ରାମରେ ବୋଲି ଜଣାପଡ଼ିଛି । ସେ ଗତ ୨୦୧୭ ମସିହାରେ ଆନ୍ଧ୍ର ପ୍ରଦେଶର ନାନାବାରୀ ଗ୍ରାମ ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨୦୧୮ ମସିହାରେ କୋରାପୁଟ ଜିଲ୍ଲାର ପଟାଙ୍ଗି ନିକଟରେ ପୁଲିସ ସହ ଗୁଳି ବିନିମୟ, ମାଲକାନଗିରି ଜିଲ୍ଲାର ପାପରମେଟଲା ଥାନା ଅନ୍ତର୍ଗତ ଟିକରପଡ଼ା ଗ୍ରାମ ନିକଟରେ ପୁଲିସ ସହ ଗୁଳି ବିନିମୟ, କୋରାପୁଟର ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ରାମଗିରି ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ , ମାଥିଲି ଥାନା ଅନ୍ତର୍ଗତ ଡକ୍ରିଯୋଡ଼ି ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ମୁଦୁଲିପଡ଼ା ଥାନା ଅନ୍ତର୍ଗତ ଡାବୁଗୁଡ଼ା ନିକଟରେ ପୁଲିସ ସହ ଗୁଳି ବିନିକୟ, ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଅରଲିଙ୍ଗପଡ଼ା ଗ୍ରାମର ସାଧୁ ପାଙ୍ଗି ଓ ତାବେର ଗ୍ରାମର ଲାଛା ମୁଦୁଲିଙ୍କୁ ହତ୍ୟା, ପାପରମେଟଲା ଥାନା ଅନ୍ତର୍ଗତ ବିଡାରପାକନା ଗ୍ରାମ ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ସମେତ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲାର ଡୁଙ୍ଗ୍ରିଗୁଡ଼ା ନିକଟରେ ବିଧାୟକ କେ.ଏସ.ରାଓ ଓ ପୂର୍ବତନ ବିଧାୟକ ସିଭେରୀ ସୋମାଙ୍କୁ ହତ୍ୟା ଘଟଣାରେ ସଂପୃକ୍ତ ଥିବା ଜଣାପଡ଼ିଛି ।
ସେ ଗତ ୨୦୧୭ ମସିହାରେ ମାଓ ସଂଗଠନରେ ସାମିଲ ହୋଇଥିବା ବେଳେ ବର୍ତମାନ ଆନ୍ଧ୍ର ଓଡ଼ିଶା ସୀମାନ୍ତ ସ୍ୱତନ୍ତ୍ର ଜୋନାଲ କମିଟି ଅଧିନସ୍ଥ ଆନ୍ଧ୍ର ଓଡ଼ିଶା ସୀମାନ୍ତ ମିଲିଟାରୀ ପ୍ଲାଟୁନ ନମ୍ବର-୧ରେ ପାର୍ଟି ମେମ୍ବର ଭାବେ କାର୍ଯ୍ୟ କରୁଥିଲା । ତା’ ନାମରେ ସରକାର ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ । ଏଥିସହ ସ୍ୱାଭିମାନ ଅଂଚଳ ଅନ୍ତର୍ଗତ ସିମିଳିପଦର ଗ୍ରାମର ଭାସ୍କର ଖିଲ, ଜୋଗି ଖରା, ତ୍ରିନାଥ ଖିଲ, ରାଧାବା ଖିଲ, ଖତ୍ରୁ ହନ୍ତାଳ,ତାରାବେଡ଼ା ଗ୍ରାମର ରଘୁରାମ ହନ୍ତାଳ ଓ ଗୌଡ଼ପୁଟ ଗ୍ରାମର ନିନ୍ଦି ପାଙ୍ଗି ନାମକ ୭ ଜଣ ମିଲିସିଆ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି । ଗୁରୁପ୍ରିୟା ସେତୁ ହେବା ପରେ ସଂପୃକ୍ତ ଅଂଚଳରେ ବିକାଶମୂଳକ କାର୍ଯ୍ୟ ହେଉଥିବା ସହ ମାଓବାଦୀମାନେ ଏହି କାର୍ଯ୍ୟକୁ ବିରୋଧ କରୁଛନ୍ତି । ତେଣୁ ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସେମାନେ ଆତ୍ମସମର୍ପଣ କରିଛନ୍ତି ବୋଲି ମାଲକାନଗିରି ଆରକ୍ଷୀ ଅଧିକ୍ଷକ ରିଷିକେଶ ଡି ଖିଲାରୀ ପ୍ରକାଶ କରିବା ସହ ସରକାରଙ୍କ ଆତ୍ମସମର୍ପଣ ନିତି ଅନୁଯାୟୀ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking