28.1 C
Bhubaneswar
Friday, April 26, 2024
Homeଓଡିଶାନିଃସହାୟ ମହିଳାଙ୍କ ଶବ ସତ୍କାର କରାଇଲେ ପୁଲିସ

ନିଃସହାୟ ମହିଳାଙ୍କ ଶବ ସତ୍କାର କରାଇଲେ ପୁଲିସ

ଦେବଗଡ଼ : ବାରକୋଟ ଥାନା ପୁଲିସ ଜଣେ ନିଃସହାୟ ମହିଳାଙ୍କ ଶବ ସତ୍କାର କରି ମାନବିକତାର ପରିଚୟ ଦେଇଛନ୍ତି । ପୁଲିସର ଏଭଳି କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।
ସୂଚନା ଅନୁଯାୟୀ, ବାରକୋଟ ବ୍ଲକ୍ କାଳିଆପାଳ ପଞ୍ଚାୟତ ଜାଳିସୁଆଁ ଗ୍ରାମର ସ୍ୱର୍ଗତ ଶବର ମହାକୁଳଙ୍କ ସ୍ତ୍ରୀ କାନ୍ଦ୍ରି ମହାକୁଳ (୭୦) ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇଥିଲେ । ତାଙ୍କୁ କେତେକ ସମ୍ପର୍କୀୟ ଓ ପଡ଼ିଶା ଲୋକ ମଙ୍ଗଳବାର ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ବୁଧବାର ପ୍ରତ୍ୟୁଷରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ କାନ୍ଦ୍ରିଙ୍କ ସମ୍ପର୍କୀୟ ଅତ୍ୟନ୍ତ ଗରିବ ପରିବାରରେ ଥିବାରୁ ଡାକ୍ତରଖାନାରୁ ନିଜ ଗାଁକୁ ମୃତଦେହ ନେବାକୁ ଗାଡ଼ି ଭଡ଼ା ପାଇଁ ଟଙ୍କା ନଥିବାରୁ ସେମାନେ ଉପାୟ ଶୂନ୍ୟ ହୋଇପଡ଼ିଥିଲେ । ସୂଚନା ପାଇ ବାରକୋଟ ଥାନା ଅଧିକାରୀ ଚିତ୍ତ ରଞ୍ଜନ ବେହେରା ଥାନା କର୍ମଚାରୀଙ୍କ ସହ ଡାକ୍ତରଖାନରେ ପହଞ୍ôଚ କାନ୍ଦ୍ରିଙ୍କ ମୃତଦେହ ନେବା ପାଇଁ ଏକ ଗାଡ଼ିର ବ୍ୟବସ୍ଥା କରିବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ଆର୍ôଥକ ସହାୟତା ଦେଇ ନିଜେ ପୁଲିସ କର୍ମଚାରୀଙ୍କ ସହାୟତରେ ମୃତଦେହ ବୋହି ଗାଡ଼ିରେ ରଖି ସହ ମୃତଦେହ ସତ୍କାର ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ । ଥାନା ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking