29.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଆତ୍ମହତ୍ୟା କରିବାକୁ ଚାହୁଁଥିଲା, ଛୁରୀରେ କାଟିଦେଲା ଯୌନାଙ୍ଗ

ଆତ୍ମହତ୍ୟା କରିବାକୁ ଚାହୁଁଥିଲା, ଛୁରୀରେ କାଟିଦେଲା ଯୌନାଙ୍ଗ

ଲଣ୍ଡନ: ବ୍ରିଟେନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ସେଠାରେ ଜଣେ ମାନସିକ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିବା ସମୟରେ ନିଜର ଯୌନାଙ୍ଗ କାଟି ଅଲଗା କରିଦେଇଛି । ବର୍ମିଘଂମରେ ରହୁଥିବା ୩୪ ବର୍ଷୀୟ ଏହି ବ୍ୟକ୍ତି ନିଜ ଘରେ ରକ୍ତରେ ଜୁଡୁବୁଡୁ ଅବସ୍ଥାରେ ପଡିଥିଲା । ପରିବାର ଲୋକଙ୍କୁ ଜଣାପଡିବା ପରେ ତାକୁ ହସ୍ପିଟାଲ ନିଆଯାଇଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା  ସ୍ଥିର ରହିଛି । ଏହି ଘଟଣାର ଖୁଲାସା ଏକ ବ୍ରିଟିଶ ମେଡିକାଲ ଜର୍ନାଲର ରିପୋର୍ଟରେ ହୋଇଛି । ପୁଲିସ ସାହାଯ୍ୟରେ ଯେତେବେଳେ ଉକ୍ତ ବ୍ୟକ୍ତିଙ୍କୁ ମେଡିକାଲ ନିଆଯାଇଥିଲା, ତାଙ୍କ ଶରୀରରେ  ଅନେକ ଜାଗାରେ କ୍ଷତ ଚିହ୍ନ ରହିଥିଲା । ତେବେ ଡାକ୍ତର କହିଛନ୍ତି ଯେ, ଯୁବକଙ୍କ ଯୌନାଙ୍ଗ ପୁଣି ଥରେ ଯୋଡି ହେବା କୌଣସି ଏକ ଚମତ୍କାରରୁ କମ ନୁହେଁ । ଏହାବ୍ୟତୀତ ସେ ସର୍ଜରରୀ ଆସିଥିବା ସମସ୍ୟା ସଂପର୍କରେ ବି ବିସ୍ତାର ରୂପରେ କହିଛନ୍ତି । ବ୍ୟକ୍ତିଙ୍କର ପ୍ରାଇଭେଟ ପାର୍ଟ ଅଲଗା ହେବା ପ୍ରାୟ ୨୪ ଘଣ୍ଟା ହୋଇସାରିଥିଲା । ସେଥିପାଇଁ ତାଙ୍କୁ ଅନେକ ଘଣ୍ଟା ପର୍ଯ୍ୟନ୍ତ କ୍ୟାଥେଟର ସହାୟତାରେ ୟୁରିନେଟ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking