31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଆଫଗାନିସ୍ତାନରେ ସରକାର ଗଢିବାରେ ବ୍ୟସ୍ତ ତାଲିବାନ; ନିଯୁକ୍ତ କଲା ଅର୍ଥମନ୍ତ୍ରୀ, ଗୃହମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ

ଆଫଗାନିସ୍ତାନରେ ସରକାର ଗଢିବାରେ ବ୍ୟସ୍ତ ତାଲିବାନ; ନିଯୁକ୍ତ କଲା ଅର୍ଥମନ୍ତ୍ରୀ, ଗୃହମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ

କାବୁଲ: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ଗୋଟିଏ ପଟେ ପଂଜଶୀରରେ ନର୍ଦ୍ଦନ ଅଲାୟାଂସ ସହ ଲଢେଇ ଜାରି ରହିଛି । ଅନ୍ୟପଟେ ତାଲିବାନ ନିଜ ସରକାରର ରୂପରେଖ ପ୍ରସ୍ତୁତ କରୁଛି । ତାଲିବାନ ମଙ୍ଗଳବାର କାର୍ଯ୍ୟବାହକ ଅର୍ଥମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ନାମ ଫାଇନାଲ କରିସାରିଛି ।
ଋିପୋର୍ଟ ଅନୁସାରେ, ତାଲିବାନ ସଖଉଲ୍ଲାହଙ୍କୁ କାର୍ଯ୍ୟବାହକ ଶିକ୍ଷା ପ୍ରମୁଖ, ଅବଦୁଲ ବାକୀଙ୍କୁ ଉଚ୍ଚ ଶିକ୍ଷା ର କାର୍ଯ୍ୟବାହକ ପ୍ରମୁଖ, ସଦର ଇବ୍ରାହିମଙ୍କୁ କାର୍ଯ୍ୟବାହକ ଗୃହମନ୍ତ୍ରୀ, ଗୁଲ ଆଗାଙ୍କୁ ଅର୍ଥମନ୍ତ୍ରୀ, ମୁଲ୍ଲା ଶିରୀନଙ୍କୁ କାବୁଲର ଗଭର୍ଣ୍ଣର, ହମଦୁଲ୍ଲା  ନୋମାନୀଙ୍କୁ କାବଲ ମେୟର ଓ ନଜୀବୁଲ୍ଲାହଙ୍କୁ ଗୁଇନ୍ଦା ମୁଖ୍ୟ ନିଯୁକ୍ତ କରିଛି । ଏହା ପୂର୍ବରୁ ତାଲିବାନ ନିଜ ପ୍ରବକ୍ତା ଜବୀହୁଲ୍ଲାହ ମୁଜାହିଦଙ୍କୁ ସଂସ୍କୃତି ଓ ସୂଚନା ମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲା । ମୁଜାହିଦ ସିଏ, ଯିଏ ଗୋଟିଏ ଦିନ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରି କହିଥିଲେ ଯେ, ତାଲିବାନ ସରକାରର ଗଠନ କିଭଳି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking