26.1 C
Bhubaneswar
Wednesday, May 8, 2024
Homeଅପରାଧଝଗଡା ପରେ ସ୍ତ୍ରୀ ଙ୍କ ସହ ସ୍ୱାମୀ କଲେ ଏମିତି, ପଢିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଝଗଡା ପରେ ସ୍ତ୍ରୀ ଙ୍କ ସହ ସ୍ୱାମୀ କଲେ ଏମିତି, ପଢିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ: ମାରିନା ଅଂଚଳରେ ଗତ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଯାଇଛି । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଏମିତି ଉଗ୍ର ରୂପ ନେଇଥିଲା ଯେ, ଶେଷରେ ସ୍ତ୍ରୀ ଙ୍କ ସହ ସ୍ୱାମୀ ଯାହା କଲେ ତାକୁ ଯେ କେହି ବି ପଢିବେ ଆଶ୍ଚର୍ଯ୍ୟ ହୋଇ ରହିଯିବେ । ସୂଚନା ଅନୁସାରେ, ଉକ୍ତ ଅଚଂଳରେ ପିଙ୍କି ଏବଂ ଅଜୟ ପାଲ୍ ନାମକ ଦମ୍ପତ୍ତିଙ୍କ ମଧ୍ୟରେ କୌଣସି କାରଣରୁ ଗୁରୁବାର ଝଗଡା ଲାଗିଥିଲା । ଧିରେଧିରେ ଏହି ଝଗଡା ଏମିତି ରୂପ ନେଇଥିଲା ଯେ, ସ୍ୱାମୀ ଅଜୟ ପ୍ରଥମେ ନିଜ ସ୍ତ୍ରୀ ପିଙ୍କି ସହ ଘର ଭିତରେ ରହି କବାଟ ବନ୍ଦ କରି ଦେଇଥିଲେ । ଆଉ ବାହାର ତାଙ୍କର ଦୁଇ ପିଲା ଖେଳୁଥିଲେ । ପରେ ଘର ଭିତରେ ଦୁହିଁଙ୍କ ମଧ୍ୟରେ ଜୋରସୋରରେ ଝଗଡା ହୋଇଥିଲା । ଶେଷରେ ଉତ୍ତକ୍ତ ଅଜୟ ତାଙ୍କୁ ଏକ ମାରଣାସ୍ତ୍ରରେ ମାରି ବାହାରକୁ ଦୌଡି ପଳାଉଥିବା ତାଙ୍କ ପିଲା ଦୁହେଁ ଦେଖିଥିଲେ । ସେମାନଙ୍କର ପ୍ରକୃତ ଘର ବରେଲୀରେ ହୋଇଥିବା ବେଳେ ଅଜୟ ତାଙ୍କ ପରିବାର ସହ କିଛିଦିନ ହେବ ମାରିନା ଗାଁରେ ରହୁଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ୨୮ ବର୍ଷିୟା ପିଙ୍କି ଅଜୟ ପାଲ୍‌ଙ୍କୁ ବିବାହ କରିଥିଲେ ଏବଂ ସେମାନେ ବରେଲୀରେ ଦୀର୍ଘ ୮ବର୍ଷ ହେବ ରହିଆସୁଥିଲେ । ସେମାନଙ୍କର ଦୁଇଟି ସନ୍ତାନ ବି ଥିଲେ । ତେବେ ସେମାନେ କେଉଁ କାରଣ ପାଇଁ ଏମିତି ଝଗଡା କରୁଥିଲେ, ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ । ହେଲେ ଅଜୟ ଆକ୍ରୋଶର ଶିକାର ହୋଇ ଏମିତି ପଦକ୍ଷେପ ନେଇଥିବା ପୋଲିସ କହିଛି । ତେବେ ଅଭିଯୁକ୍ତ ଅଜୟ ପିଙ୍କିଙ୍କ ମୁହଁରେ କପଡା ଭର୍ତ୍ତି କରି ପରେ ତାଙ୍କ ଛାତିକୁ ଆକ୍ରମଣ କରିଥିଲା । ଏହାସହ ଇଟାରେ ମଧ୍ୟ ତାଙ୍କ ମୁହଁକୁ ଛେଚି ଦେଇ ଘରୁ ଫେରାର ହୋଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ସୂଚନା ଦେଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଂଚି ଶବକୁ ଜବତ କରିବା ସହ ଅଭିଯୁକ୍ତ ଅଜୟ ବିରୋଧରେ ମାମଲା ରୁଜୁ କରିଛି । ତେବେ ଏହି ଘଟଣାକୁ ନେଇ ମୃତ ପିଙ୍କିଙ୍କ ବାପା କହିଛନ୍ତି ଯେ, ଏ ଦୁହିଁଙ୍କ ମଧ୍ୟରେ ସେମିତି କିଛି ବିଶୃଙ୍ଖଳା ନଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking