32.1 C
Bhubaneswar
Friday, April 26, 2024
Homeଅପରାଧଚାକିରୀ କରାଇଦେବେ କହି ଯୁବତୀଙ୍କ ସହ ଯାହା କଲେ ଜାଣିଲେ ଚମକି ପଡ଼ିବେ !

ଚାକିରୀ କରାଇଦେବେ କହି ଯୁବତୀଙ୍କ ସହ ଯାହା କଲେ ଜାଣିଲେ ଚମକି ପଡ଼ିବେ !

ବାରଣାସୀ : ଚାକିରୀ କରାଇଦେବା ଆଶା ଦେଇ ଯୁବତୀଙ୍କୁ ଦୁଷ୍କର୍ମ । କଲ୍ ସେଣ୍ଟରରେ ଚାକିରୀ କରାଇଦେବା ପାଇଁ ପଇସା ମାଗିବା ସହ ପଇସା ନ ମିଳିବାରୁ ବାରମ୍ବାର କଲେ ଦୁଷ୍କର୍ମ । ବାରଣାସୀର ମଂଡ଼ୁୱାଡ଼ିହ ଥାନା ଅନ୍ତର୍ଗତ ଏକ ଯୁବତୀଙ୍କ ବୟାନ ଅନୁଯାୟୀ ତିନି ବର୍ଷ ପୂର୍ବରୁ ତାଙ୍କୁ ଚାକିରୀର ଆବଶ୍ୟକ ଥିଲା । ଏହି ସମୟରେ ସେ ନିକଟସ୍ଥ ଏକ କଲ୍ ସେଣ୍ଟରକୁ ଯାଇଥିଲେ । କଲ୍ ସେଣ୍ଟର ର ସଞ୍ଚାଳକ ମନୋଜ ସିଂହ ଉକ୍ତ ଯୁବତୀଙ୍କୁ ୨୦ ହଜାର ଟଙ୍କା ଜମା କରିବାକୁ କହିଥିଲେ । ହଜାର ହଜାର ଟଙ୍କା କିସ୍ତିରେ ଦେଉଥିଲେ ଯୁବତୀ । ଦିନେ ମନୋଜ ଯୁବତୀଙ୍କୁ ତାର ନଦେଶର ସ୍ଥିତ ଘରକୁ ଡ଼ାକିଥିଲା । ଯୁବତୀ ଜଣକ ସେଠାରେ ପହଁଚିବା ପରେ ମନୋଜ ଦୁଷ୍କର୍ମ କରିଥିଲା । ସେହି ସମୟର ଫଟୋ ଉତ୍ତୋଳନ କରି ଧମକ ଦେଇଥିଲା । ଯଦି ଏ ବିଷୟରେ କେହି ଜାଣିବେ ତାହେଲେ ଭିଡ଼ିଓ ଓ ଫଟୋକୁ ଭାଇରାଲ କରିଦେବି । ଗତ ମଇ ମାସ ୧୫ ତାରିଖରେ ମନୋଜ ପୁଣି ଯୁବତୀଙ୍କୁ ଡ଼ାକି ପଇସା ମାଗିବା ସହ ତାଙ୍କୁ ମାରପିଟ୍ ମଧ୍ୟ କରିଥିଲା ।
ପିଡ଼ୀତା ଘଟଣାର ଦୁଇଦିନ ପରେ ପୁଲିସ ଷ୍ଟେସନରେ ଜଣାଇଥିଲେ । କୈଁଟ ଥାନା ପୁଲିସ ମାମଲାକୁ ଗମ୍ଭୀରତାର ସହ ନେଇ ଅଭିଯୁକ୍ତ ମନୋଜ ବିରୋଧରେ ଏକ ମାମଲା ରୁଜୁ କରିଛି । ଇନସପେକ୍ଟର ଅଶ୍ୱନୀ ଚତୁର୍ବେଦୀ ,ସବ୍ ଇନସପେକ୍ଟର ଶ୍ୟାମା ତିୱାରୀଙ୍କ ସହ ଏକ ଟିମ ସହାୟତାରେ ମନୋଜକୁ ଗିରଫ କରାଯାଇ ତାକୁ କୋର୍ଟଚାଲାଣ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking