38.1 C
Bhubaneswar
Friday, April 26, 2024
Homeଅପରାଧପତ୍ନୀଙ୍କୁ ହତ୍ୟା କରି ,ପ୍ରେମିକାକୁ ଦେଲେ ଗହଣା ଆଉ ତାପରେ ...

ପତ୍ନୀଙ୍କୁ ହତ୍ୟା କରି ,ପ୍ରେମିକାକୁ ଦେଲେ ଗହଣା ଆଉ ତାପରେ …

ବେଙ୍ଗଲୁର : ବେଙ୍ଗଲୁର ରେ ଦେଖାଯାଇଛି ଏକ ଅଭାବନୀୟ ଘଟଣା । ଜଣେ ବ୍ୟକ୍ତି ତାଙ୍କ ନିଜ ସ୍ତ୍ରୀକୁ ହତ୍ୟା କରିଛନ୍ତି ଓ ପରେ ସ୍ତ୍ରୀର ଗହଣା ସହ ନିଜେ ପିନ୍ଧିଥିବା ସମସ୍ତ ଅଳଙ୍କାର ନିଜ ପ୍ରେମିକାକୁ ପାର୍ସଲ କରି ସାରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ।ପାର୍ସଲ କରିଥିବା ମହିଳାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ଜଣାପଡିଛି । ସୂଚନା ଅନୁସାରେ ମୃତ ବ୍ୟକ୍ତିଙ୍କ ପ୍ରେମିକାଙ୍କ ନାମ ହର୍ଷିତା ଅଟେ ।
ପୋଲିସ ସୂଚନା ଅନୁସାରେ ଡାକ୍ତର ରେଭନାଥ ଜଣେ ଦାନ୍ତ ଚିକିଶ୍ୟକ ଓ ସେ ତାଙ୍କ ପତ୍ନୀ କବିତାକୁ ୧୭ ଫେର୍ବୁୟାରୀ ପାଖା ପାଖି ୪ଟା ୩୦ ସମୟରେ ପ୍ରଥମେ ଇଞ୍ଜେକ୍ସନ ଦେଇଥିଲେ ଓ ପରେ ଗଳା କାଟି ହତ୍ୟା କରିଥିଲେ । ହତ୍ୟା କରିସାରିବାର କିଛି ସମୟ ପରେ ପ୍ରାୟ ୧୧୫ ଗ୍ରାମ ଓଜନର ସୁନା ଅଳଙ୍କାର ସମେତ ନିଜେ ପିନ୍ଧିଥିବା ସମସ୍ତ ଅଳଂକାର କୁ ପ୍ରେମିକା ହର୍ଷିତା ଙ୍କ ପାଖକୁ ପାର୍ସଲ କରିଥିଲେ । ଯାହା ହର୍ଷିତା ତା ପରଦିନ ପାଇଥିଲେ । ପୋଲିସ ଯେବେ ଏ ଖବର ପାଇ ଡ଼କ୍ଟର ରେଭନାଥ କୁ ଗିରଫ କରିବା ପାଇଁ ବାହାରିଲା ଏ ଖବର ଜାଣିପାରି ରେଭନାଥ ଟ୍ରେନ ରୁ ଡେଇଁ ଆତ୍ମହତ୍ୟା କରିଦେଲେ । ଆତ୍ମହତ୍ୟା କରିବା ପୂର୍ବରୁ ସେ ହର୍ଷିତାଙ୍କ କଲ କରିଥିଲେ ।ହର୍ଷିତା ମଧ୍ୟ କଲ ପାଇବାର କିଛି ସମୟ ପରେ ଆତ୍ମହତ୍ୟା କରିଥିଲେ ।ପୋଲିସ ହର୍ଷିତାଙ୍କ ଘରୁ ଅଳଙ୍କାର ପାଇବା ସହ କବିତାଙ୍କ ମର୍ତ୍ୟୁର ସୁରାକ ଖୋଜୁଛି । ଜଣେ ଅଧିକାରୀ ସନ୍ଦେହ କରୁଛନ୍ତି କବିତାଙ୍କ ହତ୍ୟା ଓ ଡାକ୍ତରଙ୍କ ଆତ୍ମହତ୍ୟା ବିଷୟରେ ହର୍ଷିତା ସବୁ ଜାଣିଥିଲେ ଓ ଡାକ୍ତର ରେଭନାଥ ପୋଲିସକୁ ଭୁଆଁ ବୁଲାଇବା ପାଇଁ କବିତାଙ୍କ ହତ୍ୟାକୁ ମୃତ୍ୟୁର ନାମ ଦେବାକୁ ଯାଇ ଯାଞ୍ଚରୁ ବିମୁଖ କରିବାକୁ ଚାହୁଁଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking