28.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶଟିଏମସିରେ ବଡ ପରିବର୍ତ୍ତନ କଲେ ମମତା

ଟିଏମସିରେ ବଡ ପରିବର୍ତ୍ତନ କଲେ ମମତା

କୋଲକାତା: ପଶ୍ଚିମବଙ୍ଗରେ ତୃତୀୟ ଥର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିଏମସିରେ ଇଙ୍ଗ ସଂଗଠନାତ୍ମକ ପରିବର୍ତନ କରିଛନ୍ତି । ଏହି ଅନୁସାରେ, ନିଜ ପୁତୁରା ଓ ଦଳର ସାଂସଦ ଅଭିଷେକ ବାନାର୍ଜୀଙ୍କୁ ରାଷ୍ଟ୍ରୀୟ ମହାସଚିବ ଭାବରେ ନିଯୁକ୍ତ କରିଛନ୍ତି । ଏହା ପୂର୍ବରୁ ମହାସଚିବ ଦାୟିତ୍ୱ ଦିନେଶ ତ୍ରିବେଦୀଙ୍କ ନିକଟରେ ଥିଲା । ଯିଏ ନିର୍ବାଚନ ପୂର୍ବରୁ ଭାଜପାରେ ସାମିଲ ହୋଇଗଲେ । ମହାସଚିବ ହେବା ପରେ ଅଭିଷେକ ବାନାର୍ଜୀ ଟ୍ୱିଟ କରି ଦଳର ପ୍ରତି କାର୍ଯ୍ୟକର୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଦାୟିତ୍ୱ ଦିଆଯାଇଥିବାରୁ ସେ ଖୁସି ।

ସାଂସଦ ଅଭିଷେକ ବାନାର୍ଜୀ ସୋମବାର ଟିଏମସି ରାଷ୍ଟ୍ରୀୟ ମହାସଚିବ ଭାବରେ ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ କହିଛନ୍ତି ଯେ, ଟିଏମସି ପାର୍ଟିକୁ ସାରା ଦେଶରେ ନେବାକୁ ଏକ ନବୀକରଣ ହେବ । ପଶ୍ଚିମବଙ୍ଗରେ ଟିଏମସିର ପ୍ରାଥମିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଥିବା ବିଜେପି ଉପରେ ଅଭିଷେକ ବାନାର୍ଜୀ କହିଛନ୍ତି, “ଆମର ଲକ୍ଷ୍ୟ ବିଜେପିକୁ ପରାସ୍ତ କରିବା ନୁହେଁ। ଆମର ଲକ୍ଷ୍ୟ ହେଉଛି ଦେଶକୁ ବଞ୍ଚାଇବା ଏବଂ ଆମର ସମ୍ବିଧାନର ସୁରକ୍ଷା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking