28.9 C
Bhubaneswar
Sunday, May 5, 2024
Homeଦେଶ ବିଦେଶସିଏମ ମମତା ବାନାର୍ଜୀଙ୍କ ଘୋଷଣା; ପଶ୍ଚିମବଙ୍ଗରେ ପାଳନ ହେବ 'ଖେଲା ହୋବେ ଦିବସ'

ସିଏମ ମମତା ବାନାର୍ଜୀଙ୍କ ଘୋଷଣା; ପଶ୍ଚିମବଙ୍ଗରେ ପାଳନ ହେବ ‘ଖେଲା ହୋବେ ଦିବସ’

କୋଲକାତା: ନିର୍ବାଚନୀ ସମୟରେ ଲଗାଯାଉଥିବା ନାରା ପାର୍ଟି କାର୍ଯ୍ୟକର୍ତ୍ତା ଙ୍କ ମନୋବଳ ବଜାୟ ରଖିବା କାମ କରିଥାଏ । ଏହାସହିତ ବିରୋଧୀଙ୍କ ଉପରେ ହାମଲା କରିବା ପାଇଁ ନାରା ମଧ୍ୟ ଗଢାଯାଏ । ସରକାର ନିଜ କାର୍ଯ୍ୟ ଗଣଇବା ପାଇଁ ସ୍ଲୋଗାନର ସାହାରା ନିଅନ୍ତି । ଏଭଳି ଏକ ନାରା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମଧ୍ୟରେ ଖୁବ ଚର୍ଚ୍ଚାରେ ରହିଥିଲା । ଏହି ସ୍ଲୋଗାନ କ୍ଷମତାସୀନ ତୃଣମୂଳ କଂଗ୍ରେସ ପକ୍ଷରୁ ଦିଆଯାଇଥିଲା ‘ଖେଲା ହୋବେ’ । ଅର୍ଥାତ ‘ଖେଳ ହେବ’ ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ କହିଛନ୍ତି ଲୋକେ ‘ଖେଲା ହୋବେ’ କୁ ସ୍ୱୀକାର କରିଛନ୍ତି । ଏଥିପାଇଁ ଏବେ ବଙ୍ଗଳାରେ ‘ଖେଲା ହୋବେ’ ଦିବସ ପାଳନ କରାଯିବ । ପଶ୍ଚିମବଙ୍ଗ ବିଧାନସଭାରେ ମମତା ବାନାର୍ଜୀ ଏହି କଥା କହିଛନ୍ତି । ନିର୍ବାଚନୀ ରାଲିରେ ମମତା ଏହି ସ୍ଲୋଗାନକୁ ବେସି ମାତ୍ରାରେ ବ୍ୟବହାର କରୁଥିଲେ । ତାଙ୍କର ଟାର୍ଗେଟ ସିଧାସଳଖ ଭାବେ  ବିଜେପି ପାଇଁ ଥିଲା । ତେବେ ଟିଏମସିର ନିର୍ବାଚନୀ ନାରା କେବଳ ‘ଖେଲା ହୋବେ’ ଯାଏଁ ସୀମିତ ନଥିଲା । ଏହା ସହିତ ମମତା ବାନାର୍ଜୀ ଆଉ ଏକ ନାରା ଦେଉଥିଲେ । ‘ଖେଲା ହୋବେ, ଦେଖା ହୋବେ, ଜେତା ହୋବେ’ । ଅର୍ଥାତ, ‘ଖେଳିବୁ, ଦେଖିବୁ ଓ ଜିତିବୁ’ । ଏହାବ୍ୟତୀତ ‘ଜୟ ଶ୍ରୀରାମ’ ନାରା ଜବାବରେ ମମତା ‘ହରେ କୃଷ୍ଣ ହରେ ରାମ, ବିଦା ହେଉ ବିଜେପି ବାମ’ ନାରା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking