28.9 C
Bhubaneswar
Sunday, May 5, 2024
Homeଓଡିଶାବନ୍ୟପ୍ରାଣୀ ଓ ଜଙ୍ଗଲ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସଚେତନତା ଶୋଭାଯାତ୍ରା

ବନ୍ୟପ୍ରାଣୀ ଓ ଜଙ୍ଗଲ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସଚେତନତା ଶୋଭାଯାତ୍ରା

ମାଲକାନଗିରି:ଆଜି ମାଲକାନଗିରି ଜିଲ୍ଲା ମାନବକୋଣ୍ଡା ଗ୍ରାମରେ ନିଆଁ ଦାଉରୁ ଜଙ୍ଗଲ ରକ୍ଷା ଓ ପ୍ରାଣୀ ଶିକାରକୁ ନେଇ ଏକ ସଚେତନତା କାଯ୍ୟକ୍ରମର ଆୟୋଜିତ କରାଯାଇଥିଲା। ପରିବେଶ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ବନ ବିଭାଗ ପକ୍ଷରୁ ଲୋକଙ୍କୁ ଏକ ରାଲି କରାଯାଇ ଥିଲା ରାଲିଟି ଏମ ଭି ୭୯ ଠାରୁ ମାନଂକୁଣ୍ଡ ପଯ୍ୟନ୍ତ କରାଯାଇ ଥିଲା। ପରିମଳ ବ୍ୟବସ୍ଥା ଏବଂ ସ୍ଵଚ୍ଛତା ବିଷୟରେ ସଚେତନ କରାଯାଇ ଥିଲା।ବନାଞ୍ଚଳ ଅଧିକାରୀ ଶ୍ରୀ ବଳରାମ ନାୟକ ଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା lମୁଖ୍ୟ ଅତିଥି ଭାବେ ବନଖଣ୍ଡ ଅଧିକାରୀ ଶ୍ରୀ ବିଦ୍ୟୁତ ବିଶ୍ୱାସ ଓ  ହନୁମାନ ମାଞ୍ଜି ଓ MV 79 ର ସମସ୍ତ ବନବିଭାଗ କର୍ମଚାରୀ ବନ ଅଧିକାରୀ ବଳରାମ ନାୟକ, ଫରେଷ୍ଟର ଶିବଜିତ ମଣ୍ଡଳ, ବଳରାମ ପାଣିଗ୍ରାହୀ, ସୁମିତ ବିଶ୍ୱାସ, ଟୁକୁନା ବରାଳ ଏସ. ମଣ୍ଡଳ1 ସମସ୍ତ ଯୋଗଦେଇଥିଲେ l ସଭା ଆରମ୍ଭରେ ମୁଖ୍ୟ ଅତିଥି ଜଙ୍ଗଲ ସୁରକ୍ଷା ପାଇଁ ଗ୍ରାମବାସୀଙ୍କ ମୁଖ୍ୟ ଯୋଗଦାନ ବିଷୟରେ ବୁଝାଇଥିଲେ l ମହୁଲ ସଂଗ୍ରହ, ପୋଡ଼ୁଚାଷ,ବେଣ୍ଟ ଶିକାର ଦ୍ଵାରା ବ୍ୟାପକ ଜଙ୍ଗଲ ନଷ୍ଟ ଏବଂ ଜୀଵ ଜନ୍ତୁ ଲୋପ ହେଉଥିବା ବେଳେ ପ୍ରକୃତି ଉପରେ କିପରି କୁପ୍ରଭାବ ପଡିଥାଏ ତାହା ନେଇ ଆଲୋକପାତ କରିଥିଲେ । ପରିଶେଷରେ ଖଣ୍ଡୀୟ ବନାଧିକାରୀ ଶ୍ରୀ ବଳରାମ ନାୟକ ଗ୍ରାମବାସୀ ଙ୍କୁ ଶପଥ ପାଠ କରାଇବା ସହ ଏକ ଵିଶାଲ ଶୋଭାଯାତ୍ରାରେ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking