34.1 C
Bhubaneswar
Thursday, April 25, 2024
Homeଓଡିଶାମୌଳିକ ସୁବିଧା ରୁ ବଂଚିତ ନୂଆଗୁଡା ଗ୍ରାମବାସୀ, ଭୋଗୁଛନ୍ତି ବିଛିନାଞ୍ଚଳ ର କଷ୍ଟ

ମୌଳିକ ସୁବିଧା ରୁ ବଂଚିତ ନୂଆଗୁଡା ଗ୍ରାମବାସୀ, ଭୋଗୁଛନ୍ତି ବିଛିନାଞ୍ଚଳ ର କଷ୍ଟ

ମାଲକାନଗିରି:ମୌଳିକ ସୁବିଧାରୁ ବଞ୍ଚିତ ନୂଆଗୁଡା ଗ୍ରାମବାସୀ। ସ୍ୱାଧୀନତା ର ଦୀର୍ଘ ୭ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଆଜି ବି ଏପରି ଗ୍ରାମ ରହିଛି ଯେଉଁଠି ସରକାର ଙ୍କ ବିକାଶ ର ପାଦ ପଡ଼ିନାହିଁ। ଏଭଳି ଗ୍ରାମ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ପଂଚାୟତର ନୂଆଗୁଡା ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମକୁ ଯିବାକୁ ହେଲେ ଦୁଇଟି ପାହାଡ଼ ଡେଇଁ ଜଙ୍ଗଲ ମଧ୍ୟ ଦେଇ ପଥୁରିଆ ରାସ୍ତା ଅତିକ୍ରମ କରି ଯିବାକୁ ପଡିଥାଏ। ଏହି ଗ୍ରାମରେ ମୋଟ ୧୦ ପରିବାର ର ୫୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ବସବାସ କରୁଥିଲେ ମଧ୍ୟ ବିଛିନାଞ୍ଚଳ ର କଷ୍ଟ ଭୋଗୁଥିବା କହିଛନ୍ତି। ପାନୀୟ ଜଳ ପାଇଁ ମାଇଲ ମାଇଲ ଦୂର ଅତିକ୍ରମ କରି ଛୋଟିଆ ନାଳ ଉପରେ ଭରସା କରୁଛନ୍ତି ଗ୍ରାମବାସୀ। ରାତ୍ରି ସମୟ ହେଲେ ଜଙ୍ଗଲ ଜୀବଜନ୍ତୁ ଙ୍କୁ ଭୟ କରି ସେଠାକୁ ଜଳ ଆଣିବା ନିମନ୍ତେ ଯାଉନଥିବା ଗ୍ରାମବାସୀ କହିଛନ୍ତି। ଏଯାଏଁ ଗ୍ରାମକୁ ପକ୍କା ରାସ୍ତା ଟିଏ ତେଣୁ ଥରେ ଯଦି ଗ୍ରାମର ପୁରୁଷ ଲୋକ ତଳକୁ ଯାଆନ୍ତି ତାହେଲେ ମାସ ଯାକର ରାସନ ସାମଗ୍ରୀ ଠାରୁ ଆରମ୍ଭ କରି ପନିପରିବା ଏକସଙ୍ଗେ କିଣି ଆଣୁଥିବା କହିଛନ୍ତି। ବିଦ୍ୟୁତ ସଂଯୋଗୀ କରଣ କଥା ତ ନ କହିବା ଭଲ ଏଯାଏଁ ଗ୍ରାମକୁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ ଫଳରେ ଡିବି ଲଗାଇ ରାତି ତମାମ ସମୟ କାଟୁଥିବା କହିଛନ୍ତି। ଗ୍ରାମରେ ବିଦ୍ୟାଳୟ ନଥିବାରୁ ପିଲାମାନେ ପାଠ ପଢ଼ାରୁ ବଂଚିତ ରହୁଥିଲେ। ବର୍ତ୍ତମାନ କିନ୍ତୁ ନିଜର ପିଲାମାନଙ୍କୁ ବାଧ୍ୟହୋଇ ଦୂର ସରକାରୀ ଆବାସିକ ବିଦ୍ୟାଳୟ ରେ ପାଠ ପଢ଼ାଉଥିବା କହିଛନ୍ତି। ଏବଂ ଛୋଟ ଛୋଟ ଶିଶୁ ମାନେ ଅଙ୍ଗନବାଡି ନଥିବାରୁ ପ୍ରାଥମିକ ଶିକ୍ଷାରୁ ବଂଚିତ ରହୁଥିବା ଗ୍ରାମବାସୀ କହିଛନ୍ତି। ସରକାର ବିକାଶ ର ଡିଣ୍ଡୁମ ପିଟୁଛନ୍ତି ସତ କିନ୍ତୁ ଏଠାରେ ସମସ୍ତ ସରକାରୀ ଯୋଜନା ଫେଲ ମାରିଚି। ଫଳରେ ବିଛିନାଞ୍ଚଳ ର କଷ୍ଟ ଭୋଗୁଛନ୍ତି ନୂଆଗୁଡା ଗ୍ରାମବାସୀ। ତେଣୁ ତୁରନ୍ତ ଏହି ଗ୍ରାମର ସମସ୍ୟା କୁ ସରକାର ଦୃଷ୍ଟି ଦେଲେ ଗ୍ରାମର ବିକାଶ ହୋଇପାରିବ ବୋଲି ଗ୍ରାମବାସୀ କହିଛନ୍ତି। ଏଥିସହ ସ୍ଥାନୀୟ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ସରକାର ଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଗୁଡିକୁ ଗ୍ରାମରେ ପହଞ୍ଚାଇବାକୁ ସାଧାରଣ ରେ ଦାବି ହେଉଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking