26.1 C
Bhubaneswar
Wednesday, May 8, 2024
Homeଓଡିଶାରାସ୍ତା କଡ଼ରେ ଚାଲିଛି ଯାଯାବର ପରିବାର ଙ୍କ ହାତତିଆରି ମୂର୍ତ୍ତିର ବ୍ୟବସାୟ

ରାସ୍ତା କଡ଼ରେ ଚାଲିଛି ଯାଯାବର ପରିବାର ଙ୍କ ହାତତିଆରି ମୂର୍ତ୍ତିର ବ୍ୟବସାୟ

ମାଲକାନଗିରି : ରାସ୍ତା କଡ଼ରେ ଚାଲିଛି ହାତ ତିଆରି ମୂର୍ତ୍ତି ର ବ୍ୟବସାୟ l ଜ୍ୟାପସମ ପାଉଡର ବା ପ୍ଳାଷ୍ଟର ଅଫ ପ୍ୟାରିସ ରେ ତିଆରି କରାଯାଉଛି ସୁନ୍ଦର ସୁନ୍ଦର ମନଲୋଭା ମୂର୍ତ୍ତି l ଏହି ହାତ ତିଆରି ମୂର୍ତ୍ତି କୁ ନେବାପାଇଁ ଜମୁଛି ଗ୍ରାହକ ଙ୍କ ଭିଡ଼ l ରାଜସ୍ଥାନ ରୁ ଆସି ମାଲକାନଗିରି ରେ ରହି ନିଜ ହାତରେ ସୁନ୍ଦର ମୂର୍ତ୍ତି ତିଆରି କରି ନିଜ ପରିବାର ପୋଷଣ କରୁଛନ୍ତି ଏହି ଯାଯାବର ପରିବାର l ମାଲକାନଗିରି ଜିଲ୍ଲାପାଳ ଙ୍କ କାଯ୍ୟାଲୟ ନିକଟରେ ପଲିଥିନ ରେ ତିଆରି ଘରେ ରହି ତିଆରି କରୁଛନ୍ତି ସୁନ୍ଦର ମୂର୍ତ୍ତି କୃଷ୍ଣ, ଶିବ, ଗଣେଶ, ହାତୀ, ମୟୁର, ବୁଦ୍ଧ ମୂର୍ତ୍ତି ଭଳି ଅନେକ ପ୍ରକାରର ମୂର୍ତ୍ତି ତିଆରି କରିଛନ୍ତି ଏହି ଯାଯାବର ପରିବାର l ଏଠାରେ ମୂର୍ତ୍ତି ଗୁଡ଼ିକର ମୂଲ୍ୟ 50,60 ରୁ ଆରମ୍ଭ କରି 500,600 ଟଙ୍କା ହୋଇଥାଏ l ମୂର୍ତ୍ତି ତିଆରି କାମରେ ପରିବାରର ବାପା ମା ଠୁ ଆରମ୍ଭ କରି ପିଲା ଝିଅ ମାନେ ସମସ୍ତେ କାମରେ ଲାଗନ୍ତି l କିଏ ମୂର୍ତ୍ତି ତିଆରି କରିବାରେ ବ୍ୟସ୍ତ ତ କିଏ ତୁଳି ଧରି ରଙ୍ଗ ଦେବାରେ ବ୍ୟସ୍ତ l ସେମାନେ ମୂର୍ତ୍ତି ରାସ୍ତା କଡ଼ରେ ବିକିବା ସହ ଗାଁ ଗାଁ ବୁଲି ମଧ୍ୟ ବିକନ୍ତି l ଦିନକୁ ଗୋଟିଏ ଯାଯାବର ପରିବାର 1000 ଟଙ୍କା ରୁ 2000 ଟଙ୍କା ରୋଜଗାର କରନ୍ତି l ଗୋଟିଏ ସ୍ଥାନରେ ଦୁଇ ତିନି ମାସ ରହିବା ପରେ ଅନ୍ୟ ସ୍ଥାନକୁ ଚାଲିଯାଆନ୍ତି l ଏମାନେ ଯାଯାବର ହୋଇଥିବାରୁ ଏମାନଙ୍କ ପରିବାର ର ପିଲାଛୁଆ ସମ୍ପୂର୍ଣ ଭାବରେ ନିରକ୍ଷର l ଏହା ହେଉଛି ଯାଯାବର ପରିବାରର ମୂର୍ତ୍ତି କାରିଗର ମାନଙ୍କ ସଂଘର୍ଷମୟ କାହାଣୀ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking