39.2 C
Bhubaneswar
Thursday, April 18, 2024
Homeଓଡିଶାଧରା ପଡିଗଲା ମିଛ କନିଁଆ

ଧରା ପଡିଗଲା ମିଛ କନିଁଆ

କଳାହାଣ୍ଡି : ଧରା ପଡିଗଲା ମିଛ କନିଁଆ। ବର ପରିବର୍ତ୍ତନ ସହ ଆଧାର କାର୍ଡରେ କରୁଥିଲେ ନାଁ ପରିବର୍ତ୍ତନ । ପ୍ରତ୍ୟେକ ଆଧାର କାର୍ଡରେ ଥିଲା ଭିନ୍ନ ଭିନ୍ନ ନାଁ। ଏମିତି ୪ ଜଣଙ୍କୁ ବରଣମାଳା ପିନ୍ଧାଇବା ପରେ ଧରା ପଡିଗଲା ସତ ବାହାଘରର ମିଛ କନିଁଆ । ଆନ୍ତରାଜ୍ୟ ନକଲି ବିବାହ ଦଳର ପର୍ଦ୍ଦାଫାଶ କରିଛି କଳାହାଣ୍ଡି ପୋଲିସ। କନିଆଁ ର ଟାର୍ଗେଟରେ ଥିଲେ ବିବାହ ବିଚ୍ଛେଦ ବ୍ୟକ୍ତି। ବିବାହ କରି ଘର ସଂସାରର ସ୍ବପ୍ନ ଦେଖାଇ ଅଧାବାଟରେ କଳାକନା ବୁଲାଇ ଫେରାର ହେଉଯାଉଥିଲା କନିଁଆ । ସୁନ୍ଦରଗଡର ମିଛ କନିଁଆ ଏଲି ମହନ୍ତ ନାମକ ଜଣେ ମହିଳା ବଲାଙ୍ଗୀର କଣ୍ଟାବାଞ୍ଜିର ବରବଲ ଶର୍ମା, ଛତିଶଗଡ ମହାସମୁନ୍ଦର ମିନା ଗୁପ୍ତା ଏବଂ ଛତିଶଗଡ ବିଲାସପୁରର ଶ୍ରବଣ ସୋନିଙ୍କୁ ଗିରଫ କରିଛି କଳାହାଣ୍ଡି ପୋଲିସ । ମିଛ କନିଁଆ ଏଲି ମହନ୍ତ ସହ ଏମାନେ ଫେକ୍ ବାପା-ମାଆ ସାଜି ଲୋକଙ୍କୁ ଲୁଟି ଚାଲିଥିଲେ । ଏମାନେ କେବଳ ରାଜ୍ୟରେ ନୁହେଁ ବିଭିନ୍ନ ରାଜ୍ୟରେ ମଧ୍ୟ ସମାନ ଢ଼ଙ୍ଗରେ ଲୋକଙ୍କୁ ଚୂନ ଲଗାଉଥିଲେ। ମୁଖ୍ୟ ଅଭିଯୁକ୍ତ ନକଲି ବଧୂ ଏଲି ମହନ୍ତର ୪ଟି ଆଧାର କାର୍ଡ ଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣି ପାରିଛି । ଏଭଲି ଏକ ଠକେଇ ଘଟଣାେ ସଂପର୍କରେ ଗତ ବର୍ଷ ଅକ୍ଟୋବର ମାସରେ ମଦନପୁର ରାମପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏହି ଆଧାରରେ ପୋଲିସ ଛାନ୍ଭିନ୍ କରି ଅନ୍ତରାଜ୍ୟ ଗ୍ୟାଙ୍ଗର ଏହି ୪ ଜଣଙ୍କୁ ଗିରଫ କରିଛି । ଏ ନେଇ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଶ୍ରବଣା ବିବେକ ଏମ୍ ଏକ ସାମ୍ବାଦିକ ସମ୍ମିଳନୀ ରେ ଏ ସପଂର୍କରେ ସୂଚନା ଦେଇଛନ୍ତି । ଏସଂପର୍କରେ ମ.ରାମପୁର ଥାନାରେ କେଶ ନଂ. ୧୬୮/୨୦୨୧ ଧାରା ୪୧୯/୪୨୦/୨୯୪/୪୯୪/୪୬୮/୪୭୧/୫୦୬/୩୪ ଆଇପିସି ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking