30.1 C
Bhubaneswar
Monday, May 20, 2024
Homeବ୍ରେକୀଙ୍ଗଗୁଜୁରାଟ ଭରୁଚରେ ଥିବା ୟୁପିଏଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟି ୨୪ ଆହତ

ଗୁଜୁରାଟ ଭରୁଚରେ ଥିବା ୟୁପିଏଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟି ୨୪ ଆହତ

ଗୁଜୁରାଟ: ମଙ୍ଗଳବାର ଗୁଜୁରାଟର ଭରୁଚ ଜିଲ୍ଲାରେ ଏକ ଫ୍ୟାକ୍ଟ୍ରିରେ ବଡ ଧରଣର ଅଘଟଣ ଘଟିଛି । ଝାଗାଡିଆ ସ୍ଥିତ କେମିକାଲ କମ୍ପାନୀରେ ୟୁପିଏଲ-୫ ପ୍ଲାଣ୍ଟରେ ବିସ୍ଫୋରଣ ଘଟିବା ସହ ନିଆଁ ଲାଗିଯାଇଛି । ଏହି ବିସ୍ଫୋରଣରେ ୨୪ ଜଣ ଆହତ ହୋଇଛନ୍ତି । ସୋମବାର ବିଳମ୍ବିତ ରାତ୍ରରେ ଏହି ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା । କୁହାଯାଉଛି ଯେ ଏହି ଘଟଣା ରାତି ପ୍ରାୟ ୨ ଟା ବେଳେ ଘଟିଛି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଘଟଣାର କାରଣ ଜଣା ପଡିନାହିଁ। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛନ୍ତି । କମ୍ପାନୀର ସିଏମ ନାମକ ଏକ ପ୍ଲାଣ୍ଟରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ମାତ୍ରାରେ ଭୟଙ୍କର ଥିଲା ଯେ ୧୫ କିମି ଯାଏଁ ଏହାର ଶବ୍ଦ ଶୁଣିବାକୁ ମିଳିଥିଲା । ନିକଟସ୍ଥ ଗ୍ରାମରେ ଭୂମିକମ୍ପ ଭଳି ଝଟକା ଅନୁଭୂତ ହୋଇଥିଲା । ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ ।

ବିସ୍ଫୋରଣ  ପରେ ୨୪ ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଭରୁଚ ଓ ବଦୋଦରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବିସ୍ଫୋରଣର କାରଣ ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଦମକଳ ବାହିନୀ ନିଆଁକୁ ଆୟତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ସୂଚନାଯୋଗ୍ୟ, ଗତବର୍ଷ ଜୁନରେ ଭରୁଚରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ପୋରଣ ହୋଇଥିଲା । ଏଥିରେ ୧୦ଜଣ ପ୍ରାଣ ହରାଇଥିଲେ  ଓ ୭୭ ଜଣ ଆହତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking