32.1 C
Bhubaneswar
Thursday, May 9, 2024
Homeଦୀପାଳିରେ ଭଳିକି ଭଳି ଖାଦ୍ୟଦୀପାବଳିକୁ କରନ୍ତୁ ଆହୁରି ଖାସ୍‌ , ଘରେ ବନାନ୍ତୁ ପୁରୀ ପ୍ରସିଦ୍ଧ ଗଜା

ଦୀପାବଳିକୁ କରନ୍ତୁ ଆହୁରି ଖାସ୍‌ , ଘରେ ବନାନ୍ତୁ ପୁରୀ ପ୍ରସିଦ୍ଧ ଗଜା

ଭୁବନେଶ୍ୱର : ଏହି ପାର୍ବଣ ଋତୁରେ ସମସ୍ତଙ୍କର ମନ ହୋଇଥାଏ କିଛି ସ୍ପେଶାଲ ଖାଇବାକୁ ମୁହଁ ମିଠା କରିବାକୁ। ଦୀପାବଳିରେ ଯଦି ଆପଣ ଘରେ ମିଠା ବନାଇ ଖାଇବାକୁ ଚାହୁଁଛନ୍ତି ତାହେଲେ ଏଥର ଦ୍ୱିଓ୍ଵାଲୀରେ ଘରେ ପୁରୀ ପ୍ରସିଦ୍ଧ ଗଜା ବନାନ୍ତୁ। ଏହା ଖାଇବାକୁ ସ୍ୱାଦିଷ୍ଟ ହେବା ସହିତ ବହୁତ ଦିନ ଧରି ଷ୍ଟୋର କରି ରଖିପାରିବେ। ସେହିପରି ମଧୁମେହ ରୋଗୀ ଗଜାରେ ଚିନି ବଦଳରେ ଗୁଡ ବି ବ୍ୟବହାର କରି ଖାଇପାରିବେ। ତେବେ ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ।

ସର୍ବପ୍ରଥମେ ଏକ ପାତ୍ରରେ ମଇଦା, ବେକିଙ୍ଗ ପାଉଡର, ଘିଅ ଏବଂ ପାଣି ଆଦି ପକାଇ ଭଲଭାବେ ମିଶାଇ ଅଟା ଭଳି ଚକଟି ଦିଅନ୍ତୁ।
ଯେତେବେଳେ ଏହି ଅଟା ଠିକ୍‌ ଭାବେ ସେଟ୍‌ ନହୋଇଛି ସେତେବେଳେ ଅଟାର ଗୋଲାକୁ ବନାଇ ଦିଅନ୍ତୁ।
ଏବେ ଏହି ଗୋଲାକୁ ନେଇ ପତଳା ପତଳା କରି ବେଲି ଦିଅନ୍ତୁ। ଏବେ ଏହାକୁ ଗୋଲ ସେପରେ କାଟି ଦିଅନ୍ତୁ ଏବଂ ରୋଲ କରି ରଖିଦିଅନ୍ତୁ।
ଏବେ ପ୍ୟାନରେ ତେଲରେ ପକାଇ ଗରମ କରନ୍ତୁ।
ଯେତେବେଳେ ତେଲ ଗରମ ହୋଇଯିବ ସେତେବେଳେ ଗଜାକୁ ପକାଇ ଛାଣି ଦିଅନ୍ତୁ।
ଏବେ ଏହାର ସିରା ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ପାଣି ଏବଂ ଚିନି ପକାନ୍ତୁ।
ଏହାକୁ ପ୍ୟାନରେ ଗରମ କରନ୍ତୁ ଯେତେ ପର୍ଯ୍ୟନ୍ତ ଏଥିରେ ତାର ଭଳି ନହୋଇଛି।
ସିରା ପ୍ରସ୍ତୁତ ହୋଇଗଲେ ଗ୍ୟାସ ବନ୍ଦ କରିଦିଅନ୍ତୁ ଏବଂ ଏହି ସିରାରେ ଛାଣିକି ରଖିଥିବା ଗଜାକୁ ପକାଇ ଦିଅନ୍ତୁ। ୫ ମିନିଟ୍‌ ପରେ ଗଜାକୁ ସିରାକୁ ବାହାର କରି ପରିବାର ସଦସ୍ୟ ଏବଂ ଅତିଥିଙ୍କୁ ଖୁଆନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking