32.1 C
Bhubaneswar
Saturday, June 1, 2024
Homeଓଡିଶାଅପରାହ୍ନ ୪ଟା ସୁଦ୍ଧା ମରାମତି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି: ପୂର୍ବତଟ ରେଳପଥ ମୁଖ୍ୟ ଲୋକସଂପର୍କ...

ଅପରାହ୍ନ ୪ଟା ସୁଦ୍ଧା ମରାମତି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି: ପୂର୍ବତଟ ରେଳପଥ ମୁଖ୍ୟ ଲୋକସଂପର୍କ ଅଧିକାରୀ

ଭୁବନେଶ୍ବର : ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ମଧ୍ୟରୁ କେହି ଓଡ଼ିଶାର ନଥିବା ନେଇ ସୂଚନା ମିଳିଛି। ସମସ୍ତ ମୃତକ ଆନ୍ଧ୍ରପ୍ରଦେଶର। ସମସ୍ତଙ୍କ ପରିଚୟ ମିଳିଯାଇଛି।  ୪୦ ଜଣ ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣେ ଯାତ୍ରୀ ବହୁ ଗୁରୁତର ଥିବାରୁ ବିଶାଖାପଟନମକୁ ପଠାଯାଇଛି। ଏନେଇ ସୂଚନା ଦେଇଛନ୍ତି ଯୁଗ୍ମ ଜିଲ୍ଲାପାଳ କେ ମୟୂର ଅଶୋକ। ସେ ଆହୁରି କହିଛନ୍ତି ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିଛି ମୃତଦେହ ରେଳରେ ଫସିଥିବା ଜଣାଯାଇଛି।ଏଣେ ପୂର୍ବତଟ ରେଳପଥ ମୁଖ୍ୟ ଲୋକସଂପର୍କ ଅଧିକାରୀ ବିଶ୍ୱଜିତ ସାହୁ କହିଛନ୍ତି, ଏହି ରେଳ ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ୫୦ ଜଣ ଆହତ ହୋଇଛନ୍ତି। ରିଷ୍ଟୋରେସନ କାମ ଜାରି ରହିଛି। ଅପରାହ୍ନ ୪ଟା ସୁଦ୍ଧା ମରାମତି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଛଡ଼ା ୨୬ଟି ଟ୍ରେନକୁ ବାତିଲ କରାଯାଇଛି।୨୨ ଟ୍ରେନର ଗତିପଥ ପରିବର୍ତ୍ତନ, ୧୧ ଟ୍ରେନ ଆଂଶିକ ବାତିଲ ଓ ୬ ଟ୍ରେନର ଛାଡ଼ିବା ସମୟରେ ପରିବର୍ତ୍ତନ କରାଯାଇଛି। ଷ୍ଟେସନରେ ଅଟକି ରହିଥିବା ଯାତ୍ରୀଙ୍କ ପାଇଁ ସ୍ଵତନ୍ତ୍ର ଟ୍ରେନ କିମ୍ବା ବସ ବ୍ୟବସ୍ଥା କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking