ଭୁବନେଶ୍ୱର : ଶୋଇବାବେଳେ ଶୋଇବା ସାମଗ୍ରୀକୁ ନେଇ ମଧ୍ୟ ସାବଧାନ ରହିବା ଆବଶ୍ୟକ । କାରଣ ସେହିସବୁ ସାମଗ୍ରୀରୁ ମଧ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ । ସାମାନ୍ୟ ତକିଆ ଯାହାକୁ ବହୁ ଲୋକ ପ୍ରାୟ ସମସ୍ତେ ଶୋଇଲାବେଳେ ବ୍ୟବହାର କରିଥାନ୍ତି କିନ୍ତୁ ବହୁ ଲୋକ ବିନା ତକିଆରେ ମଧ୍ୟ ଶୋଇଥାନ୍ତି । ତକିଆ କାରଣରୁ ଅନେକ ବ୍ୟାକ୍ଟେରିଆ ସୃଷ୍ଟି ହେବା ସହ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇ ଥାଆନ୍ତି। ଏହି କାରଣରୁ ତକିଆକୁ ସଠିକ୍ ସମୟରେ ବଦଳାଇବା ନିତାନ୍ତ ଆବଶ୍ୟକ।
ସୁସ୍ଥ ରହିବା ପାଇଁ ବିଛଣା ସହ ତକିଆ ସଫା ହେବା ଉଚିତ୍। ବିଛଣାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ତକିଆ। ତକିଆ ପାଇଁ ଅନେକ ଲୋକଙ୍କୁ ନିଦ ମଧ୍ୟ ଭଲରେ ହୋଇନଥାଏ। ଲଗାତାର ତକିଆ ବ୍ୟବହାର କରିବା ଦ୍ୱାରା ଏହାର ସ୍ୱଚ୍ଛତା ନଷ୍ଟ ହୋଇଯାଏ। ଏହାଦ୍ୱାରା ରୋଗ ସୃଷ୍ଟି ହୋଇଥାଏ। ଅନେକ ଲୋକେ କେବଳ ତକିଆର ଖୋଳ ସଫା କରନ୍ତି। କିମ୍ବା ବଦଳାଇ ଥାଆନ୍ତି। ମାତ୍ର ଅଧିକ ଦିନ ଧରି ଗୋଟିଏ ତକିଆ ବ୍ୟବହାର ବିଭିନ୍ନ ପ୍ରକାର ସଂକ୍ରମଣ ଜନିତ ରୋଗ ହୋଇଥାଏ। ତେବେ ମନରେ ପ୍ରଶ୍ନ ଆସିଥାଏ, କେତେ ଦିନରେ ତକିଆ ବଦଳାଇବେ :
ଅଧିକ ଦିନ ଧରି ତକିଆ ବ୍ୟବହାର କଲେ, ଏଥିରେ ବିଭିନ୍ନ ଜୀବାଣୁ ରହିଥାଆନ୍ତି। ଯାହା ନାକ ବାଟେ ଶରୀର ଭିତରକୁ ପ୍ରବେଶ କରିଥାଏ। ଫଳରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ। ଫଳରେ ବାରମ୍ବାର ରୋଗଗ୍ରସ୍ତ ହୋଇଥାଆନ୍ତି।
ତ୍ୱଚାରେ ବାରମ୍ବାର ବ୍ରଣ ହେଉଥିଲେ, ଏହାର କାରଣ ତକିଆ ବୋଲି କୁହାଯାଏ। ଅଧିକ ଦିନ ଧରି ତକିଆ ବ୍ୟବହାର କଲେ, ତ୍ୱଚାରେ ବ୍ରଣ ହୋଇଥାଏ। ଅଳ୍ପ ଦିନରେ ତକିଆ ଖୋଳ ନିଶ୍ଚୟ ବଦଳାନ୍ତୁ। ବାରମ୍ବାର ଥଣ୍ଡା, ଜ୍ୱର, କାଶ, ତ୍ୱଚା ଜନିତ ସଂକ୍ରମଣ ହେଲେ ଏହା ତକିଆ ପାଇଁ ହୋଇଥାଏ।
ଥଣ୍ଡା, ସଂକ୍ରମଣ ଜନିତ ରୋଗ ଲାଗି ରହିଲେ, ଏହାର କାରଣ ମଧ୍ୟ ତକିଆ।
ତକିଆରେ ଭାଙ୍ଗ ପଡିଲେ, ଅଧିକ ଟାଣ ଲାଗିଲେ ଏହାକୁ ବଦଳାଇ ଦିଅନ୍ତୁ। ତକିଆକୁ ମୋଡି ୩୦ ମିନିଟ ରଖନ୍ତୁ। ୩୦ ମିନିଟ ପରେ ମଧ୍ୟ ସିଧା ନହେଲେ ତକିଆ ନିଶ୍ଚୟ ବଦଳାଇ ଦିଅନ୍ତୁ। ପ୍ରତ୍ୟେକ ସପ୍ତାହରେ କିମ୍ବା ସପ୍ତାହକୁ ୨ ଥର ତକିଆ ଖୋଳ ବଦଳାଇ ଦିଅନ୍ତୁ।