ଭୁବନେଶ୍ୱର : ଆସନ୍ତା ୨୯ରେ ଓଡିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୩ ସଭା ଆୟୋଜନ ହେବାକୁ ଯାଉଛି । ବାରିପଦା , ବାଲେଶ୍ୱର , କେନ୍ଦ୍ରାପଡାରେ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ୨୯ ତାରିଖ ଦିନ ୧୨ଟାରେ ବାରିପଦା ଛଉ ପଡିଆରେ ପ୍ରଥମ ସଭା କରିବେ ଏବଂ ସାଡେ ୧ ରେ ବୋଲେଶ୍ୱରରେ ସଭା କରି ୩ଟା ୩୦ରେ କେନ୍ଦ୍ରାପଡାରେ ସଭାକରିବେ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ।