30.1 C
Bhubaneswar
Monday, May 18, 2026
Homeଦେଶ ବିଦେଶଖାଇକୁ ଖସିଲା ବସ୍: ୫ ମୃତ, ୨୦ ଆହତ

ଖାଇକୁ ଖସିଲା ବସ୍: ୫ ମୃତ, ୨୦ ଆହତ

ମଣ୍ଡି: ହିମାଚଳ ପ୍ରଦେଶର ମଣ୍ଡିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୁରୁବାର ଦିନ ଏକ ବସ୍ ଖାଇକୁ ଖସିପଡ଼ିବାରୁ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ପ୍ରାୟ ୨୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଉପଲବ୍ଧ ସୂଚନା ଅନୁଯାୟୀ, ହିମାଚଳ ପ୍ରଦେଶର ମଣ୍ଡି ସହରରୁ ପ୍ରାୟ ୬୦ କିଲୋମିଟର ଦୂର ସରକାଘାଟ ସବ-ଡିଭିଜନର ମାସେରନ୍ ଅଞ୍ଚଳ ନିକଟରେ ବସଟି ଏକ ଖାଇରେ ଖସି ପଡ଼ିବାରୁ ଘଟଣାସ୍ଥଳରେ ହିଁ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସାରକାଘାଟ ହସ୍ପିଟାଲରେ ଚିକିତ୍ସା କରାଯାଉଛି ବୋଲି ଜଣାପଡ଼ିଛି, ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ସକ୍ରିୟ ଭାବରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମଣ୍ଡି ଏସପି, ସାକ୍ଷୀ ବର୍ମା ବିବରଣୀ ନିଶ୍ଚିତ କରିଛନ୍ତି। ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking