37 C
Bhubaneswar
Sunday, July 12, 2026
Homeଖେଳଇଂଲଣ୍ଡ ଟେଷ୍ଟ ସିରିଜରୁ ବାଦ ପଡ଼ିଲେ ରିଷଭ ପନ୍ତ

ଇଂଲଣ୍ଡ ଟେଷ୍ଟ ସିରିଜରୁ ବାଦ ପଡ଼ିଲେ ରିଷଭ ପନ୍ତ

ମାଞ୍ଚେଷ୍ଟର: ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଦୁଃଖ ଖବର। ଇଂଲଣ୍ଡ ଟେଷ୍ଟ ସିରିଜରୁ ବାଦ ପଡ଼ିଲେ ଦଳର ଷ୍ଟାର ୱିକେଟ୍ କିପର୍ ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ। ତାଙ୍କ ଆଙ୍ଗୁଠିରେ ଆଘାତ ଯୋଗୁଁ ଛଅ ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ସିରିଜର ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ପନ୍ତ ୩୭ ରନ ସ୍କୋରରେ ରିଟାୟାରଡ୍ ହର୍ଟ ହୋଇଥିଲେ। ସିମର କ୍ରିସ୍ ୱକ୍ସଙ୍କ ବିପକ୍ଷରେ ରିଭର୍ସ ସୁଇପ୍ ଖେଳିବାକୁ ଚେଷ୍ଟା କରୁଥିବା ସମୟରେ ପନ୍ତ ବଲ ହରାଇ ଦେଇଥିଲେ ଏବଂ ବଲ ତାଙ୍କ ପାଦରେ ବାଜିଥିଲା।

ଏଥିରେ ୨୭ ବର୍ଷୀୟ ପନ୍ତ ଆଙ୍ଗୁଠି ଯନ୍ତ୍ରଣାରେ ପିଚ୍ ବାହାରକୁ ଯିବାକୁ ପଡିଲା। “ସ୍କାନ ରିପୋର୍ଟରେ ତାଙ୍କର ହାଡ଼ ଭାଙ୍ଗିଥିବା ଦେଖାଯାଇଛି, ଏବଂ ସେ ଛଅ ସପ୍ତାହ ପାଇଁ ବାଦ୍ ପଡ଼ିଛନ୍ତି। ଡାକ୍ତରୀ ଦଳ ପେନକିଲର ନେଇ ପୁଣି ବ୍ୟାଟିଂ କରିବାକୁ ଆସିପାରିବେ କି ନାହିଁ ତାହା ଦେଖିବାକୁ ଚେଷ୍ଟା କରୁଛନ୍ତି। ତାଙ୍କୁ ଚାଲିବା ପାଇଁ ସମର୍ଥନ ଆବଶ୍ୟକ, ଯଦିଓ ତାଙ୍କ ବ୍ୟାଟିଂର ସମ୍ଭାବନା ବହୁତ କମ୍ ଦେଖାଯାଉଛି,” ବିସିସିଆଇର ଏକ ସୂତ୍ର କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking